– ଝିଂଟିକା ମାରି ବଣି ପୋଷିବା ନୀତି ଛାଡନ୍ତୁ ସରକାର
– କେଉଁ ବିଭାଗରେ କେତେ ପଦବି ଖାଲିପଡ଼ିଛି ଶ୍ୱେତପତ୍ର ଜାରି କରାଯାଉ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରକୁ ଇତିମଧ୍ୟରେ ୧୧ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ମୋହନ ସରକାର ୧ବର୍ଷ ପୂରଣ କରିଛନ୍ତି । ଏହି ଏକ ବର୍ଷର ଶାସନ ପୂର୍ତିକୁ ମହାଆଡ଼ମ୍ବରରେ ପାଳନ କରିବାକୁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି । ମାତ୍ର ରାଜ୍ୟର ବେକାରୀ ସମସ୍ୟା ଦୂରୀକରଣ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ଗତ ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିଥିଲା ତାହା ପୂରଣ କରିବାକୁ ଭୁଲିଯାଇଛି ।
