ବିଶ୍ୱ ପରିବେଶ ଦିବସରେ ଚାରା ରୋପଣ କଲେ ରାଜ୍ୟପାଳ : ପରିବେଶର ଯତ୍ନ ନେବା ଏବଂ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ୱ ହେଉ – ରାଜ୍ୟପାଳ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :–  ପରିବେଶର ଯତ୍ନ ନେବା ଏବଂ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ୱ ହେଉ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଚଳିତ ଜୁନ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସରେ ରାଜଭବନ ପରିସରରେ ଚାରା ରୋପଣ କରିବା ଅବସରରେ ଏକ ବŧର୍ାରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ବାŧର୍ାରେ ରାଜ୍ୟପାଳ କହିଛନ୍ତି ଯେ, ବିଶ୍ୱ ପରିବେଶ ଦିବସ ବିଶ୍ୱରେ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶର ଯତ୍ନ ଓ ସୁରକ୍ଷା ପ୍ରସଙ୍ଗ ସ୍ମରଣ କରାଇଦିଏ । ଏହି ଦିବସ ପାଳନ କେବଳ ସଚେତନତାର ପ୍ରଚାର ପ୍ରସାର କରିବାରେ ସୀମିତ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଏବଂ ଅନୁଷ୍ଠାନ ଏକ ସୁସ୍ଥ ଏବଂ ସବୁଜ ପୃଥିବୀ ଗଠନ ପାଇଁ କାମ କରିବାକୁ ଆହ୍ୱାନ ଜଣାଇଥାଏ ।

ଆମର ଜୀବନ ପ୍ରକୃତି ସହିତ ଗଭୀର ଭାବେ ଜଡିତ । ଆମ ପାଇଁ ଏବଂ ଆଗାମୀ ପିଢି ପାଇଁ ପରିବେଶ ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ପରମ କŧର୍ବ୍ୟ ହେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ ପୁଣି କହିଛନ୍ତି ଯେ, ଆମେ ଗଛ ଲଗାଇବା, ଜଳ ସଂରକ୍ଷଣ କରିବା, ପ୍ରଦୂଷଣ ହ୍ରାସ କରିବା ଏବଂ ଦୈନନ୍ଦିନ ଜୀବନରେ ଅଧିକ ପରିବେଶ ଅନୁକୂଳ ଅଭ୍ୟାସକୁ ଗ୍ରହଣ କରି ଆମର ପ୍ରତିବଦ୍ଧତା ଦେଖାଇ ପାରିବା ।.

ବିଶେଷକରି ବୃକ୍ଷରାଜି ଜଳବାୟୁ ପରିବŧର୍ନ ବିରୁଦ୍ଧରେ ଲଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ବୃକ୍ଷରାଜି ଜଳବାୟୁକୁ ଶୁଦ୍ଧ କରନ୍ତି, ନିୟବଣ କରନ୍ତି ଏବଂ ବିବିଧ ଇକୋ ସିଷ୍ଟମ୍‌କୁ ବଜାୟ ରଖିବାରେ ବୃକ୍ଷରାଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚଳିତ ବର୍ଷର ଶୀର୍ଷକ “ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବା” ରହିଥିବାରୁ ଏହାକୁ ଆଧାର କରି ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଠନ ପାଇଁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ରାଜଭବନରେ ଅନୁଷ୍ଠିତ ଚାରା ରୋପଣ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ମଧ୍ୟ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version