ପଦ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) :- ସାମ୍ବାଦିକ ଶ୍ରୀ ନିରୋଜ ପାଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ଡିଜି ବରଗଡ ପୋଲିସ କୁ ନିର୍ଦ୍ଦେଶ ଦେଇଥିବାର ଜଣା ପଡିଛି । ଏଠାରେ ପ୍ରକାଶ ଯୋଗ୍ଯ ଯେ,ଗତ ଡିସେମ୍ବର ୮ ତାରିଖ ୨୦୨୪ ମସିହାରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲା ଠାରେ ରାଜ୍ଯ ସ୍ତରୀୟ ଏକ ଚାଷୀ ସମାବେଶରେ ଯୋଗଦାନ କରି ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଦେଇଥିବା ପ୍ରତିଶୃତି ଅନୁସାରେ ରାଜ୍ଯ ସରକାର ଓଡ଼ିଶାର ଚାଷୀ ମାନଙ୍କ ଧାନକୁ କ୍ବିଣ୍ଟାଲ ପ୍ରତି ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରି କ୍ବିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ ଧାନ କିଣି ସେଦିନ ରାଜ୍ଯ ର ସମସ୍ତ ଚାଷୀଙ୍କ ଏକାଉଣ୍ଟ କୁ ଇନପୁଟ ସବସିଡି ର ଟଙ୍କା ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ବ୍ଯାଙ୍କ ଏକାଉଣ୍ଟ କୁ ଡିବିଟି ଜରିଆରେ ପ୍ରଦାନ କରିଥିଲେ ।
ସୋହେଲା ସମାବେଶ ରାଜ୍ଯ ସରକାରଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ଥିବାବେଳେ ଓ ଏଥିପାଇଁ ରାଜ୍ଯ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ବିଜେପି ର ଜଣେ ବରିଷ୍ଠ ନେତା ଏହି ସମାବେଶ ନାଁରେ ପ୍ରତ୍ଯେକ ମିଲର୍ସଙ୍କ ଠାରୁ ୫ଲକ୍ଷ ଟଙ୍କା ଅସୁଲ କରିଥିବାର ବରଗଡ ଜିଲ୍ଲାରେ ଚର୍ଚ୍ଚା ହେବା ପରେ ସାମ୍ବାଦିକ ଶ୍ରୀ ନିରୋଜ ପାଣୀ ଏହା ଉପରେ ଏକ ସମ୍ବାଦ ପ୍ରକାଶିତ କରିଥିଲେ । ଏହି ସମ୍ବାଦରେ କୌଣସି ନେତାଙ୍କ ନାମ ନଥିବା ବେଳେ ଏଥିରେ ଉତ୍ତେଜିତ ହୋଇ ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ବିଭିନ୍ନ ବ୍ଯକ୍ତି ମାନଙ୍କ ଜରିଆରେ ଧମକ ଚମକ କରୁଥିଲେ ।
