Home ଓଡ଼ିଶା ଭାରତ ବିକାଶ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତ ବିକାଶ ପରିଷଦ,ଶ୍ରୀ ଜଗନ୍ନାଥ ଧାମ,ଶାଖା ପକ୍ଷରୁ ବିଶ୍ଵ ପର୍ଯ୍ୟାବରଣ ଦିବସ ସ୍ଥାନୀୟ ବାଳିଗୁଆଳୀ ସ୍ଥିତ ଚିଦାନନ୍ଦ ଶାନ୍ତି ଆଶ୍ରମ ଠାରେ ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ପ୍ରାତଃରେ ପରିଷଦର ସଦସ୍ୟ ଏବଂ ଆଶ୍ରମର ଅନ୍ତେବାସୀଙ୍କ ସହଯୋଗରେ ପୂଜା ଅର୍ଚ୍ଚନା କରାଯାଇ ୫୦ ଗୋଟି ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏହାପରେ ଏକ ପର୍ଯ୍ୟାବରଣ ରାଲି ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ରେ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ଏକ ସଚେତନତା ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବେଶବିତ୍ ଏବଂ ବାଲି ଗୁଆଳି ର ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ପରିଷଦର ପର୍ଯ୍ୟାବରଣ ସଂଯୋଜକ ତଥା ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ,ଉଦ୍ୟାନ ବିଭାଗ ପତିତପାବନ ସାମନ୍ତରାୟ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗିତା ଏବଂ ସହଭାଗିତା ରହିଲେ ଜଙ୍ଗଲ ବଞ୍ଚି ପାରିବ ବୋଲି କହିଥିଲେ । ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ ପ୍ରଶାସକ ପଦ୍ମଲାଭ ପଣ୍ଡା, ପ୍ରାକ୍ତନ ପ୍ରାଧ୍ୟାପକ ପ୍ୟାରୀମୋହନ ପଟ୍ଟନାୟକ କହିଲେ ବୃକ୍ଷ ମହାପ୍ରଭୁଙ୍କର ସୃଷ୍ଟି । ଯାହା ମହାଭାରତ ଏବଂ ରାମାୟଣରେ ବର୍ଣ୍ଣିତ ଅଛି । ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ବିକାଶ ନାମରେ ବିନାଶକୁ ପ୍ରଶୟ ଦେବା ଉଚିତ୍ ନୁହେଁ । ତାଳବଣିଆ ତାର ସ୍ମୃତି ଖୋଜୁଛି । ପୁରୀ କୋଣାର୍କ ବାଲୁଖଣ୍ଡ ତାର ଅସ୍ଥିତ୍ଵ ହରାଇବାକୁ ବସିଛି । ପୁରୀ ସହର ଚତୁର୍ପାଶ୍ୱରେ ଥିବା ନଦୀ ପୁଷ୍କରିଣୀ, ତାଳବଣିଆର ମଧୁର ଜଳ, ସୁନ୍ଦର ସବୁଜିମା ତାର ଅସ୍ଥିତ୍ଵ ହରାଇବାକୁ ବସିଲାଣି ।ଏବେ ଠାରୁ ସମୂହ ପଦକ୍ଷେପ ନ ନେଲେ ଏ ସୁନ୍ଦର ସବୁଜିମା ନଷ୍ଟ ହୋଇଯିବ ଏବଂ ତାର ପରିଣାମ ସମସ୍ତେ ଭୋଗ କରିବେ ବୋଲି ଶ୍ରୀମହାନ୍ତି ମତବ୍ୟକ୍ତ କରିଥିଲେ । ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ, ସ୍ବଚ୍ଛତା ଉପରେ ବକ୍ତାମାନେ ଗୁରୁତ୍ଵ ଦେଇଥିଲେ । ଏଥିରେ ରାଷ୍ଟ୍ରୀୟ ମହିଳା ବାଲ ବିକାଶ ସଦସ୍ୟା ସୁପ୍ରିତି ରଥ ଯୋଗଦେଇ ଘରେ କିଛି ନ କିଛି ଗଛ ମହିଳା ମାନେ ଲଗାଇବାକୁ ପରାମର୍ଶ ଦେଇଥିଲେ । ସଦସ୍ୟ ଅବନୀ ବଲ୍ଲଭ ଦତ୍ତ, ବୁଦ୍ଧଦେବ ମହାପାତ୍ର, ପିତାମ୍ବର ମହାପାତ୍ର, ରଜେଶ୍ୱର ମହାରଣା, ହରପ୍ରସାଦ ମହାପାତ୍ର, ମୀରା ମହାରଣା, ମମତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବର୍ଷ ତମାମ ଚାଲୁ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଶେଷରେ ଆଶ୍ରମର ଅଧକ୍ଷ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026