ରଥଯାତ୍ରା ପାଇଁ ତାଲିମ ନେଲେ ଏନଏସଏସ କ୍ୟାଡେଟ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାରେ ସ୍ବେଚ୍ଛାସେବୀ ମାନଙ୍କୁ ରଥଯାତ୍ରା ପାଇଁ ତାଲିମ ଦିଆଯାଇଛି । ଏମ୍ସ ହସପିଟାଲର ଜାତୀୟ ସେବା ଯୋଜନା ପକ୍ଷରୁ ରଥଯାତ୍ରାରେ ସ୍ବେଚ୍ଛାସେବୀ ମାନେ କିପରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇପାରିବେ ସେ ସମ୍ପକରେ ତାଲିମ ଦିଆଯାଇଥିଲା ।

ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ସମୟରେ ପ୍ରବଳ ଗହଳି ମଧ୍ଯରେ ଭକ୍ତ ମାନଙ୍କୁ କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ କଲେଜର ଅଧ୍ୟକ୍ଷ ମିହିର କୁମାର ମିଶ୍ର ଆଲୋକପାତ କରିଥିଲେ ।

ତାଲିମ ନେଇଥିବା ସ୍ବେଚ୍ଛାସେବୀ ମାନଙ୍କ ମଧ୍ଯରେ ଆକାଶ ସିଂହ, ପ୍ରିୟଙ୍କା ବିଶ୍ବାଳ, ଶ୍ରୀତିଲିସା ପ୍ରିୟଦର୍ଶିନୀ, ବର୍ଷା ଭଟ୍ଟାଚାର୍ଯ୍ୟ, ସବ୍ୟସାଚୀ ସେନାପତି ତାଲିମ ପାଇଁ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ।

Exit mobile version