ବିଷ୍ଣୁ ପ୍ରିୟା ଙ୍କୁ ପ୍ରକ୍ରୃତି ମିତ୍ର ପୁରସ୍କାର

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ବାଲୁଗାଁ :- ବିଶ୍ବ ପରିବେଶ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ କାମ କରୁଥିଵା ବ୍ୟକ୍ତି ବିଶେଷ ଏଵଂ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କୁ ପ୍ରକ୍ରୂତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପାଇଁ ମା ଭଗବତୀ କଳା ନିକେତନ ଅନୁଷ୍ଠାନ ପ୍ରକ୍ରୃତି ମିତ୍ର ପୁରସ୍କାର ପାଇବାର ଗୌରବ ଲାଭ କରି ଛନ୍ତି ।

ରାଜ୍ୟ ସ୍ତରୀୟ ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ଅନୁଷ୍ଠାନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ଏହି ପୁରସ୍କାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଓ ସମ୍ମାନିତ ଭାବେ ଯୋଗଦେଇ ଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଙ୍କ ଠାରୁ ଉପଢ଼ୌକନ, ମାନପତ୍ର ସହ ଆର୍ଥିକ ରାଶି ଗ୍ରହଣ କରିଛନ୍ତି । ଏହି ସଫଳତା ପାଇଁ ବାଣପୁର ବାଲୁଗାଁ ଅଞ୍ଚଳ ର ବହୁ ସାଂସ୍କୃତିକ ଅନୁଷ୍ଠାନ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Exit mobile version