ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସାରା ଦେଶରେ ସାପକାମୁଡା ଓ ବଜ୍ରପାତ ରେ ଶିକାର ହୋଇ ବହୁ ଧନ ଜୀବନ ହାନି ହେଉଥିବା ବେଳେ ଏହାକୁ ବିପର୍ଯ୍ୟୟ ତାଲିକା ରେ ଅର୍ନ୍ତଭୂକ୍ତ କରି ଓଡିଶା ସରକାର ମୃତ୍ୟୁ ବରଣ କରୁଥିବା ମନୁଷ୍ୟ ଓ ପଷୁ ସମ୍ପଦ ପାଇଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଓଡିଶା ସରକାର ତାଲିକା ଭୂକ୍ତ କରିଥିବା ୨୧ ଗୋଟି ବିପର୍ଯ୍ୟୟ ମଧ୍ୟରେ ସାପ କାମୁଡା ଓ ବିଜୁଳି ଆଘାତ ଯୋଡା ଯାଇଛି । ସେଥିନିମନ୍ତେ ଜନସାଧାରଣ ଙ୍କ ମଧ୍ୟରେ ସଚେତନା ଶୃଷ୍ଟି କରିବା ପାଇଁ ସରକାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଙ୍କ ସହାୟତା ଓ କନ୍ଧମାଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଙ୍କ ସହଯୋଗ ରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ସରକାରୀ ବିଭାଗ ମାଧ୍ୟମରେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି ।

