କଟକ (ଓଡ଼ିଶା ତାଜା ନ୍ୟୁଜ୍) :- “ଆମ ମାମୁ ଭଣଜା” ତରଫରୁ କଟକ ବିଡାନାସୀ ଠାରେ ମାମୁ ଶ୍ରୀଯୁକ୍ତ ନିବାସ ଚନ୍ଦ୍ର ମିଶ୍ରଙ୍କର ୬୯ ତମ ଜନ୍ମ ଦିବସ ମହାସମାରୋହରେ ପାଳନ କରାଯାଇ ଅଛି। ଉକ୍ତ ଜନ୍ମୋତ୍ସବ କୁ ଭଣଜା ମୁରଲୀଧର ଶତପଥି (ବିକି) ସଭାପତିତ୍ବ କରି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରରୂପେ ପରିଚାଳନା କରିଥିଲେ। ଏକାଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶ୍ରୀଯୁକ୍ତ ମିଶ୍ରଙ୍କୁ ଫୁଲତୋଡା ଉତ୍ତରୀୟ ଓ ବିଭିନ୍ନ ଉପହାର ପ୍ରଦାନ କରି ଶୁଭ କାମନା ପ୍ରଦାନ କରିଥିଲେ।ଉକ୍ତ ଉତ୍ସବରେ ଭଣଜା ସଂଯୋଜ କୁମାର ସାମନ୍ତ ରାୟ ମାମୁଙ୍କ ମସ୍ତକରେ ଶିରପା ପ୍ରଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।
