ଆଦର୍ଶ ଶିକ୍ଷୟତ୍ରୀ ମାଳବିକାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀଉତ୍ସବ ପାଳନ

ନିଆଳି  (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକର ସାଇଲୋ ଝାରପଡା ଗ୍ରାମର ଆଦର୍ଶ ଶିକ୍ଷୟତ୍ରୀ ସ୍ୱର୍ଗତ ମାଳବିକା ମହାପାତ୍ରଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ଶ୍ରୀଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ନାରାୟଣ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ସାହିତ୍ୟିକ ପ୍ରଶାନ୍ତ ମହାନ୍ତି, ଏବଂ ସମ୍ମାନୀତ ଅତିଥିଭାବେ ରଞ୍ଜନ ମହାପାତ୍ର, ପ୍ରଫୁଲ ସ୍ବାଇଁ,

ପ୍ରମୁଖ ଯୋଗ ଦେଇ ଆଦର୍ଶ ଶିକ୍ଷୟତ୍ରୀ ମାଳବିକା ମହାପାତ୍ରଙ୍କର ଉଲ୍ଲେଖନୀୟ ବହୁ ମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ପ୍ରକୃତିପ୍ରେମୀ କୃତିବାସ ମହାପାତ୍ର ଓ ମାଳବିକା ମହାପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତିଶ୍ରଦ୍ଧା ନାମକ ଏକ ପୁସ୍ତକ ଉନ୍ମୋଚନ କରିଥିଲେ । ଉକ୍ତ କାର୍ଯ୍ଯ କ୍ରମରେ ଶିବ ଲାଭ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସ୍ବାଇଁ, ସର୍ବେଶ୍ଵର ପ୍ରଧାନ, କବୟିତ୍ରୀ ପ୍ରଣତୀ ମହାପାତ୍ର, ଅମରେଶ୍ଵର ସ୍ବାଇଁ,

ଚାରୁଲତା ସେନାପତି, କନକ ମଞ୍ଜରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ମାଳବିକା ମହାପାତ୍ର ଜଣେ ଛାତ୍ର ବତ୍ସଲ, ମିଷ୍ଟଭାଷୀ, ପରୋପକାରୀ, ଶିକ୍ଷୟିତ୍ରୀ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ ଅବସରରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ସର୍ବାଧିକ ନମ୍ୱର ରଖିଥିବା ଦିପ୍ତିରଞ୍ଜନ ଦାସ, ସୌମ୍ୟ ରଞ୍ଜନ ଦାସ ଏବଂ ଆରାଧ୍ୟ ଭୋଇଙ୍କୁ ସେମାନଙ୍କର କୃତିତୋ ପାଇଁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଅନୁଷ୍ଠାନର ଶିବ ଲାଭ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version