ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଗୁରୁବାର ୩୦ ଦିନରେ ପହଞ୍ଚି ଥିବା ବେଳେ ଘଟ ପରିକ୍ରମା ଶେଷ ହୋଇଛି l ଆଜି ଗୁରୁବାର ଥିବାରୁ ମା’ ମାନେ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେଇଛନ୍ତି l ଏହି ପରିପ୍ରେକ୍ଷୀରେ ମା ‘ମାନେ ଆଜି ଦିନ ତମାମ କେବଳ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ବିଶେଷ କରି ମହିଳା ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ି ରେ ଅପେକ୍ଷା କରି ମା ‘ ମାନଙ୍କୁ ପୂଜାର୍ଚ୍ଚନା କରି ଦର୍ଶନ କରିଛନ୍ତି l ପଞ୍ଚ ଠାକୁରାଣୀ ଙ୍କୁ ଏକତ୍ର ଭାବେ ଦର୍ଶନ କରିବାର ସୌଭାଗ୍ୟ କୁ ହାତ ଛଡା ନ’ କରି ଗୁରୁବାର ଦିନ ଶେଷ ମିଳନ ଦୃଶ୍ୟ କୁ ଭକ୍ତ ମାନେ ଉପଭୋଗ କରିଥିଲେ l
ଦୀର୍ଘ ଏକ ମାସ ଧରି ଚାଲିଥିବା ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆସନ୍ତାକାଲି ଅନ୍ତିମ ଦିବସ, ଏଣୁ ଶୁକ୍ରବାର ମଧ୍ୟାହ୍ନରେ ମା’ଙ୍କୁ ଡାକରାରେ ଆସିବେ l ମା’ ମାନେ ଭାବବିହ୍ବଳ ପରିବେଶ ମଧ୍ୟରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିଭିନ୍ନ ପ୍ରକାର ବାଜା ବାଜଣା ନୃତ୍ୟ, ଗୀତ ମାଧ୍ୟମରେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି l ଏ ନେଇ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା l
