ବସ ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ପାଞ୍ଚ ଜଣ ଗୁରୁତର

କଳାହାଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) :-  ଭୁବନେଶ୍ବରରୁ ଉମରକୋଟ ଫେରୁଥିବା ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ। ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଚାରବାହାଲ ସ୍କୁଲ ନିକଟରେ ଆଜି ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଯେ’ ରାସ୍ତାରେ ଅଟକି ଥିବା ଏକ ଟ୍ରକ୍ ସହିତ ଭୁବନେଶ୍ବରରୁ ଉମରକୋଟ ଫେରୁଥ‌ିବା ରଘୁନାଥ ନାମକ ଏକ ଘରୋଇ ବସ ପିଟିହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ଜଣକ ହେଲେ ଝରିଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା ବୋଲି ଜଣାପଡିଛି। ପୁଲିସ ଶବ ଜବତ କରି ଜୁନାଗଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି ।

Exit mobile version