ଟ୍ରେନରୁ ଖସି ଅଜଣା ବ୍ୟକ୍ତିର ମୃତ୍ୟୁ

କଳାହାଣ୍ଡି  (ଓଡ଼ିଶା ତାଜା ନ୍ୟୁଜ୍) :-  ଗତ କାଲି ପ୍ରାୟ ସନ୍ଧ୍ୟା ୬ ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ୍ ରେଳ ଷ୍ଟେସନ୍ ପୂର୍ବରୁ ତୁଲାଗାଁ ରେଳ ଫାଟକ ନିକଟରେ ଆଲେପି ରୁ ଧାନବାଦ୍ ଯାଉଥିବା ଏକ୍ସପ୍ରେସ୍ ଟ୍ରେନରୁ ଜଣେ ଅଜଣା ବ୍ୟକ୍ତି ଖସି, ତଳେ ପଡ଼ିଯାଇ ଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରି ସୂଚନା ଦେବା ପରେ ତୁରନ୍ତ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଯାଇ ଥିବା ବ୍ୟକ୍ତିଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ।

ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ତାକୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ଘଟଣା ସ୍ଥଳରେ ରେଳବାଇ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟୁଥିବା ବେଳେ ଉକ୍ତ ଘଟଣା କିପରି ଘଟିଲା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।

Exit mobile version