ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱସ୍ତିକ ସାନିଟେସନର ଅତ୍ୟାଧୁନିକ ସୋ ରୁମ ଉଦଘାଟିତ ହୋଇଯାଇଛି । ଏହାର ପ୍ରତିଷ୍ଠାତା ବଛରାଜ ବେତାଲାଙ୍କ ନେତୃତ୍ୱରେ ୧୯୯୪ ମସିହାରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏହା ଏକ ଅସାଧାରଣ ମାଇଲଖୁଣ୍ଟ । ବାଥରୁମ ଫିଟିଙ୍ଗସ ଏବଂ ସାନିଟାରୀ ସାମଗ୍ରୀର ମାନଦଣ୍ଡକୁ ପୁନଃପରିଭାଷିତ କରିବାର ଏକ ମିଶନ ସହ ପ୍ରତିଷ୍ଠିତ । ସ୍ୱସ୍ତିକ ସାନିଟେସନ ଶିଳ୍ପର ସବୁଠାରୁ ବିଶ୍ୱସ୍ତ ନାମ ମଧ୍ୟରୁ ଗୋଟିଏରେ ପରିଣତ ହୋଇଛି । ଦଶନ୍ଧି ଧରି ଅଟଳ ସମର୍ପଣ ଗ୍ରାହକ-ପ୍ରଥମ ସେବା ଓ ସ୍ଥିରତା ମାଧ୍ୟମରେ ଏହା ଏବେ ଓଡ଼ିଶାର ସର୍ବବୃହତ ଏବଂ ସବୁଠାରୁ ପ୍ରିମିୟମ ବାଥରୁମ ଫିଟିଙ୍ଗସ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି, ଯେଉଁଥିରେ ୫୦୦୦ ବର୍ଗଫୁଟରୁ ଅଧିକ କ୍ୟୁରେଟଡ ଡିସପ୍ଲେ ସ୍ପେଶ ରହିଛି ।
