ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷିର ଉନ୍ନତି ତଥା କୃଷକମାନଙ୍କୁ ଅଧିକତର ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବିଭାଗ ପକ୍ଷରୁ ଅନେକ ଗୁଡ଼ିଏ ଅଭିନବ ପଦକ୍ଷେପ ନିଆଯାଇଛି ।

କ୍ୟାବିନେଟରେ ଖରିଫ-୨୦୨୦, କୋଭିଡ-୧୯ ସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ, ବଳରାମ ଯୋଜନାରେ ଭାଗଚାଷୀମାନଙ୍କୁ କୃଷିଋଣ ଯୋଗାଇଦେବା ଲକ୍ଷ୍ୟରେ ଆଗାମୀ ୩ ବର୍ଷରେ ୧ଲକ୍ଷ ଯୁଗ୍ମଦେୟ ଗୋଷ୍ଠୀ ଗଠନ ଓ କ୍ଷେତ ପୋଖରୀ ଯୋଜନାରେ ୫ଲକ୍ଷ ପୋଖରୀ ଖନନ ଆଦି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକରେ ସାତଗୋଟି ଅତ୍ୟନ୍ତ ଉପାଦେୟ ଓ ପ୍ରଭାବୀ ନିଷ୍ପତ୍ତି ନିଆଯାଇଛି । ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ବିକାଶ ଓ ପୂଜ୍ୟପୂଜା ନିମନ୍ତେ ଅନୁମୋଦିତ ହୋଇଥିବା ଏ ସମସ୍ତ ପ୍ରସ୍ତାବ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର କୃତଜ୍ଞ ।

Exit mobile version