Home ଓଡ଼ିଶା ପୁରୀ ସମୁଦ୍ରକୂଳେ ହୋଇନାହିଁ ସିନ୍ଥେଟିକ୍ ୱାଲ ବିପଦରେ ପୁରୀ ବିଚ୍ ! by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାୟୁମଣ୍ଡଳରେ ଦିନକୁ ଦିନ ତାତି ବଢୁଛି । ତରୁଳୁଛି ବରଫ ପାହାଡ । ସମୁଦ୍ରରେ ମିଶୁଛି ପାଣି । ଫୁଲୁଛି ସମୁଦ୍ର । କୂଳଲଙ୍ଘି ରାମଚଣ୍ଡୀ ଠାରେ ରାସ୍ତା ଖାଇଗଲାଣି । ମଙ୍ଗଳା ମୁହାଣ ମେଲୁଛି, ଫୁଲୁଛି । ସମୁଦ୍ର ସହର ଆଡକୁ ୟୁଟର୍ଣ୍ଣ କରୁଛି । ୧୯୯୦ ରୁ ୨୦୧୮ ମଧ୍ଯରେ ଓଡିଶାର ୧୪୦ କିଲୋମିଟର ଉପକୂଳ ଅବକ୍ଷୟ ହୋଇଛି ବୋଲି ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର ରିପୋର୍ଟ ଦେଇଛି । ପୁରୀ -କୋଣାର୍କ ରାସ୍ତାର ରାମଚଣ୍ଡୀ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ରାସ୍ତାକୁ ଅବକ୍ଷୟ କରୁଛି । ସ୍ଥାୟୀ ମୁକାବିଲା ପାଇଁ ସିନ୍ଥେଟିକ୍ ୱାଲ କରାଯାଉନାହିଁ । ମଙ୍ଗଳା ନଦୀ ମୁହାଣରେ ସମୁଦ୍ର ବାଲିବନ୍ତ ଭୁଷୁଡ଼େଇ ସମୁଦ୍ର ଗର୍ଭକୁ ଟାଣି ନେଉଛି । କୋଭିଡ ମଶାଣି ପର୍ଯ୍ୟନ୍ତ ବାଲିବନ୍ତ ଭୁଷୁଡ଼ି ଗଲାଣି । ବେଳେ ବେଳେ ପୁରୀ ସମୁଦ୍ର ଉଠାଦୋକାନୀଙ୍କ ଖଟ ଭସାଇ ନେଊଛି । ସ୍ବର୍ଗଦ୍ବାର ନିକଟରେ ବାରମ୍ବାର ସମୁଦ୍ର ରାସ୍ତା ପାର୍ଶ୍ବରେ ମାଡ ହେଉଛି । ପୂର୍ବେ ସ୍ବର୍ଗଦ୍ବାର ମଶାଣିରୁ ସମୁଦ୍ର ପାଣି ହାଡ ପାଉଁଶ ଭସାଇ ନେଉଥିଲା । ଏବେ ରାସ୍ତା ହେବାରୁ ସମୁଦ୍ର ବାଟ ପାଉନି । ସମୁଦ୍ର ଭିତର ଜୁଆର କୂଳରେ କ୍ଷୀପ୍ର ବେଗରେ ମାଡ ହେବା ଯୋଗୁ ବାଲି ସ୍ତରରେ ଚହଲ ସୃଷ୍ଟି କରି ସମୁଦ୍ରକୂଳ ପାଚେରି ଭୁଷୁଡୁଛି । ସମୁଦ୍ରର ଉଚ୍ଚ ମାନର ଢେଉ ଅଞ୍ଚଳରେ ଚାରି ମହଲା, ଛଅ ମହଲା ଓ ବାର ମହଲା ହୋଟେଲ ଗଢି ଉଠିବାରୁ ବାଲି ସ୍ତରରେ ଚାପ ସୃଷ୍ଟି ହୋଇ ସମୁଦ୍ର ଭିତରକୁ ବାଲି କ୍ଷରଣ ହେଉଛି । ଯାହାଫଳରେ ହୋଟେଲ ଉପରେ ବିପଦ ସୃଷ୍ଟି ଆଶଙ୍କା ରହିଛି । ସମୁଦ୍ରକୂଳ ବାଲିବନ୍ତ, ଝାଉଁବଣ ଓ ହେନ୍ତାଳ ବଣ ନଷ୍ଟ ହେବା ଯୋଗୁ ଚିଲିକା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଉପକୂଳ ନିକଟରେ ଥିବା ପଚାଶରୁ ଉର୍ଦ୍ଧ୍ବ ଗାଁ ସମୁଦ୍ର ଆଁରେ ପଶିଯିବାର ଆଶଙ୍କା ସୃଷ୍ଟି ହେଲାଣି । ପ୍ରକୃତିର କରାଳ ତାଣ୍ଡବ ଓ ମାନବକୃତ ଅବକ୍ଷୟ ସମୁଦ୍ର କୂଳ ଲଙ୍ଘିବା ପଛର କାରଣ ହୋଇଛି । ସିଆରଜେଡ୍ ଆଇନକୁ ନମାନି ଶହ ଶହ ହୋଟେଲ ଓ ଅଟ୍ଟାଳିକା ଗଢି ଉଠୁଛି । ପୂର୍ବେ ପୁରୀ ସମୁଦ୍ର ସୋଲାଖିଆ ବରଗଛ ପର୍ଯ୍ୟନ୍ତ ମାଡି ଆସୁଥିଲା । ଏବେ ସମୁଦ୍ର ତାର ପୁରୁଣା ବାଟ ଖୋଜୁଛି । ଏବେ ପୁରୀ ସମୁଦ୍ର ଅତି ଜୁଆରିଆ ରହୁଛି । ଅଣ୍ଡର କରେଣ୍ଟ ଅଧିକ ସୃଷ୍ଟି ହେଉଛି । କିଛିଦିନ ତଳେ ଜୁଆର ଓ ଉଚ୍ଚମାନର ଢେଉ ଯୋଗୁ ନିକଟରେ ଏକ ସ୍ପିଡି ବୋଟରେ ଚାରି ଜଣ ପର୍ଯ୍ଯଟକ ବସିଥିଲେ ମଧ୍ଯ ସେମାନଙ୍କୁ ଓଲଟାଇବାରେ ସକ୍ଷମ ହେଲା । ପୁରୀ ସମୁଦ୍ର ଦେଖି ଭୂ ବିଜ୍ଞାନୀ ପରିବେଶବିତ, ସାମୁଦ୍ରିକ ବିଶେଷଜ୍ଞ ଇଞ୍ଜିନିୟର ମାନେ ଚିନ୍ତା ପ୍ରକଟ କଲେଣି । ଚିଲିକା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ର ଜୁଆର ସେନସିଟିଭ ଏରିଆ ଚିହ୍ନଟ କରି ସିନ୍ଥେଟିକ୍ ୱାଲ କରିବା ପାଇଁ ଉପକୂଳବାସୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026