Home ଓଡ଼ିଶା ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ତହସିଲଦାରମାନେ ହେଉଛନ୍ତି ତୃଣମୂଳ ସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ ରାଜସ୍ୱ ବିଭାଗ ହେଉଛି ସ୍ଵଚ୍ଛ ଏବଂ ଉତ୍ତମ ସରକାରର ଦର୍ପଣ ଓଡିଶାରେ କେହି ବି ଭୂମିହୀନ ରହିବେ ନାହିଁ ବାତ୍ୟା “ଦାନା’’ର ସଫଳ ମୁକାବିଲା ଆମର ଏକ ପ୍ରମୁଖ ସଫଳତା କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନହିଁ, ଦୁର୍ନୀତି କ୍ଷେତ୍ରରେ ଆମ ନୀତି ହେଉଛି ‘ଶୂନ୍ୟ ସହନଶୀଳତା’ ପ୍ରତିଷ୍ଠା ନୁହେଁ, ଜନସେବାରେ ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ- ମୁଖ୍ୟମନ୍ତ୍ରୀ ଢେଙ୍କାନାଳ (ଓଡ଼ିଶା ତାଜା ନ୍ୟୁଜ୍) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ୧୧୨ କୋଟି ଟଙ୍କାର ୧୨ ଟି ପ୍ରକଳ୍ପର ଶୁଭଉଦ୍ଘାଟନ ହୋଇଥିବା ବେଳେ ୭୬ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଆଜି କରାଗଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଢେଙ୍କାନାଳ ଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଆଜି ଓଡିଶାର ବିକାଶର ଧାରାରେ ଆଉ ଏକ ସ୍ରୋତ ଯୋଡି ଦେଇଛି । ଆଜି ଯେଉଁ ନୂତନ ଶିଳ୍ପର ଶୁଭାରମ୍ଭ ହେଲା, ଏଥିରୁ ୩୦ ହଜାର କୋଟି ଟଙ୍କାର ଵ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ସମ୍ବଳିତ ପ୍ରକଳ୍ପ। ଏଣୁ, ଢେଙ୍କାନାଳ ଜିଲ୍ଲାକୁ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବା ହେଉଛି ଆମର ଲକ୍ଷ୍ୟ । ସୋଲାର ଏନର୍ଜୀକୁ ଆମେ କେବଳ ଆମ ରାଜ୍ୟର ନୁହେଁ ବରଂ ସମଗ୍ର ଦେଶର ପ୍ରମୁଖ ଶକ୍ତି ଭାବେ ବ୍ୟବହାର କରିବା । ଆଜି ଏଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଯୋଗୁଁ ପ୍ରାୟ ୨୬ ହଜାର ୪୦୦ଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ଆଉ ଆଜିର ଏହି ଶିଳ୍ପ, ଆମର ଉତ୍କର୍ଷ ଓଡିଶା- ମେକ ଇନ ଓଡିଶା କନକ୍ଳେଭ କାର୍ଯ୍ୟକ୍ରମର ସଫଳତା। ଆମ ସରକାରକୁ ୩୬୫ ଦିନ ମଧ୍ୟ ପୂରିନି କିନ୍ତୁ ଦେଖନ୍ତୁ, ଆମେ ଦେଇଥିବା ପ୍ରତିଶ୍ରୁତି କିଭଳି ଆମେ ପୂରଣ କଲୁ। କାରଣ ଆମ ସରକାର, ଯେଉଁ ବିଶ୍ୱାସର ସହ ଲୋକଙ୍କ ପାଖକୁ ଆସିଛି ସେ ବିଶ୍ୱାସ ଆମେ କେବେ ହେଲେ ଭାଙ୍ଗିବୁନି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସେ କହିଥିଲେଯେ, ଏହି ଜିଲ୍ଲାର ଚିର ସ୍ମରଣୀୟ ବରପୁତ୍ର ତଥା ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଆଜି ବନମାଳିପ୍ରସାଦ ଅଂଚଳରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟବରାଦରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏଥିରେ ଫୁଟବଲ ପଡିଆ, ସିନ୍ଥେଟିକ ଆଥେଲେଟିକ ଟ୍ରାକ୍, ହକି ଟ୍ରେନିଂ ସେଣ୍ଟର, ଇଣ୍ଡୋର ଷ୍ଟାଡିଅମ, ସୁଇମିଂପୁଲ୍, ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରାବାସ ଇତ୍ୟାଦି ବିକଶିତ କରାଯିବ। ସେ ପୁଣି କହିଥିଲେଯେ, ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆମ ଯୁବ ପିଢିଙ୍କ କ୍ରୀଡା ପ୍ରତି ଥିବା ଉଚ୍ଚ ଆଶାକୁ ଆହୁରି ଆଗକୁ ନେଇଯିବ। ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉନ୍ନତି ଅର୍ଥାତ ଯୁବଶକ୍ତିର ଉତ୍ଥାନ। ଯୁବ ସମାଜ ହେଉଛନ୍ତି ଆଗମୀ ପିଢୀର ନିର୍ମାତା। ସେମାନଙ୍କ ସବୁଠାରୁ ବଡ ସମସ୍ୟା ହେଉଛି ରୋଜଗାର। ତେଣୁ ସରକାର ଏଥିପାଇଁ ଚିନ୍ତିତ ଅଛନ୍ତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆମେ ପ୍ରଥମ ବର୍ଷରେ ୨୭ ହଜାର ଖାଲିଥିବା ସରକାରୀ ପଦ ପୂରଣ କରିଛୁ। ଚଳିତ ବର୍ଷ ୪୦ ହଜାର ପଦ ପୂରଣ କରିବାପାଇଁ ମୁଁ ନିର୍ଦ୍ଦେଶ ଦେଇ ସାରିଛି। ଗତ କ୍ୟାବିନେଟ ବୈଠକରେ ରାଜ୍ୟର ଚାକିରି ଆଶାୟୀଙ୍କ ଏକ ଦୀର୍ଘ ଦିନର ଦାବିକୁ ପୂରଣ କରିଛୁ। ବର୍ତ୍ତମାନ ଚାକିରି ପାଇଁ ଆବେଦନ କରିବାର ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷ କରିଛୁ। ଏହା ଯୁବବର୍ଗଙ୍କୁ ସରକାରୀ ଚାକିରିରେ ପ୍ରତିଯୋଗୀତା କରିବାକୁ ଅଧିକ ସୁଯୋଗ ଦେବ।ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏଥିପାଇଁ ମୂଳଦୁଆ ଗତ ଜୁନ ୧୨ ତାରିଖରେ ପଡି ସାରିଛି। ଏବେ ଏହି ଭିତ୍ତିଭୂମି ଉପରେ ନିର୍ମାଣ ହେଉଛି ନୂତନ ଓଡିଶା, ସମୃଦ୍ଧ ଓଡିଶା। ଏଥିପାଇଁ ପ୍ରତି ଜିଲ୍ଲାକୁ ବି ସମୃଦ୍ଧ ହେବାକୁ ପଡିବ। ଆଜିର ପ୍ରକଳ୍ପ ସବୁ ଢେଙ୍କାନାଳ ଜିଲ୍ଲାକୁ ସମୃଦ୍ଧ କରିବାକୁ ଉଦ୍ଦିଷ୍ଟ। ଆସନ୍ତୁ, ଗଢିବା ଏକ ସମୃଦ୍ଧ ଢେଙ୍କାନାଳ ଏବଂ ସମୃଦ୍ଧ ଓଡିଶା। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ସାରା ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ୬ ମାସ ମଧ୍ୟରେ ଆଜି ଆମେ ମାନେ ଦେଖି ପାରୁଛେ । ଆଗକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଶିଳ୍ପ ମାଧ୍ୟମରେ ରୋଜଗାର ବଢାଇବୁ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଉକ୍ତ କାର୍ଯ୍ୟକ୍ରମରେ, ଖାଦ୍ୟ ଯୋଗାଣ ମନ୍ତ୍ରୀ,ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେଯେ, ଗଣତନ୍ତ୍ରରେ ସବୁଠାରୁ ବଡ କଥା ହେଉଛି ‘ଲୋକଙ୍କ ଭରଷାକୁ ଅକ୍ଷୁର୍ଣ୍ଣ ରଖିବା’ ଏହି ଭାବନାକୁ ମନରେ ରଖି ପ୍ରଥମ ଦିନରୁ ହିଁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିବା ପାଇଁ ପଦକ୍ଷେପ ନେଇଥିଲୁ । ପ୍ରତ୍ୟେକ ମୁହୂର୍ତ୍ତ ଲୋକଙ୍କ ପାଇଁ ସମର୍ପିତ ଆମ ସରକାର, ଲୋକଙ୍କ ହିତରେ ହିଁ କାର୍ଯ୍ୟରତ ଆଉ ଆଜି ବର୍ଷେ ମଧ୍ୟ ପୂରିନି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିକାଶର ଧାରା ବହି ଚାଲିଛି । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ, ଶ୍ରୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ, ଶ୍ରୀ ଶତ୍ରୁଘନ ଜେନା , ପରଜଙ୍ଗ ବିଧାୟକ, ଶ୍ରୀ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା, ଶ୍ରୀମତୀ ସିମାରାଣୀ ନାୟକ ଓ ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି ପ୍ରମୁଖ ପାଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ କୁମାର ସେଠୀ ଧନ୍ୟବାଦ ଦେଇଥିଲେ। Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026