ବିକଶିତ କୃଷି ସଂକଳପ ଅଭିଯାନ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- କୃଷି ଓ କୃଷକ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ପକ୍ଷରୁ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଜରିଆରେ ବୁଧବାର ବିରିଡି ବ୍ଲକ ଅନ୍ତର୍ଗତ ମଙ୍ଗୁଲି ଗ୍ରାମ ପଞ୍ଚାୟତ ସଭାଗୃହରେ ବିକଶିତ କୃଷି ସଂକଳ୍ପ ଅଭିଯାନ ସମ୍ପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସିଧାସଳଖ ବୈଜ୍ଞାନିକ ଦଳର ଯୋଗଦାନ, ନୂତନ ପ୍ରଯୁକ୍ତି ବିଦ୍ୟା ଓ ସରକାରୀ ଯୋଜନା ସମ୍ୱନ୍ଧୀୟ ସୂଚନା ପ୍ରଦାନ ଚାଷୀ ମାନଙ୍କର ମତାମତ ସଂଗ୍ରହ କରାଯାଇଛି l

ବ୍ଲକ କୃଷି ଅଧିକାରିଣୀ ପ୍ରସନ୍ନା ପ୍ରିୟଦର୍ଶିନୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିତି ଭାବେ ତ୍ରି୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ,ବ୍ଲକ ଅଧକ୍ଷା ମମତା ପାତ୍ର,ଜିଲ୍ଲାପରିଷଦ ସଭ୍ୟା ଦିପ୍ତିମୟୀ ରାୟ, ସରପଞ୍ଚ ନିରଞ୍ଜନ ସେଠୀ,ମଙ୍ଗୁଲି ସେବାସମବାୟ ସମିତି ର ସଭା ପତି ରବୀନ୍ଦ୍ର ସାହୁ, ସମ୍ପାଦକ ବିଜୟ ପ୍ରଶନ ଦାସ,ବାରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସେହି ପରି ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜିତ ପଣ୍ଡା, ଉପନିର୍ଦେଶକ ସମଲେଇ ପ୍ରସାଦ ପରିଡା,

ସହକାରୀ ଉଦ୍ୟାନ କୃଷି ଅଧିକାରୀ ମୋନାଲିସା ପତି, ସହକାରୀ ମସ୍ଚ୍ୟ ଅଧିକାରୀ ଚଗୁ ରାହୁଲ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ୱେତ ପଦ୍ମା ଭୋଇ, ବୈଜ୍ଞାନିକ ଜୀବନଜିତ ସେନ, ଦେବାଶିଷ ପଣ୍ଡା, ଡ଼ଃ ପ୍ରଦୀପ୍ତ ମାଝୀ, ଡ଼ଃ ଦ୍ୱାରିକା ମୋହନ ଦାସ, ସ୍ମିତା ପୁରୋହିତ, ସରିତା ଦାସ, ବଳିଆ ମାଝୀ, କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଜ୍ୟୋତ୍ରୀମୟ ମହାନ୍ତି, ଡ଼ଃ ଯଯାତି କେଶରୀ ମହାପାତ୍ର, ଡ଼ଃ ଜିତେନ୍ଦ୍ର ବିଶ୍ୱାଳ, ହିମାଂଶୁ ସ୍ୱାଇଁ, ଡ଼ଃ ସ୍ମୃତିରେଖା ମଲିକ ପ୍ରମୁଖ ବ୍ଲକ ର ମଙ୍ଗୁଲି,

ଦରଡ଼ାଗ୍ରାମ, ବାଗଲପୁର, ସଂଖପୁର, ସଡେଇ ଶାସନ, ପଞ୍ଚାୟତ ରେ ଯୋଗଦେଇ କୃଷି ଓ ଅନୁସଙ୍ଗିକ କ୍ଷେତ୍ରରେ ବିକଶିତ ହୋଇଥିବା ନୂତନ ଜ୍ଞାନ କୌଶଳ ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ l ତତ ସହିତ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଇଥିଲେ l ଏଥିରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ମସ୍ଚ୍ୟ, ପଶୁସମ୍ପଦ ବିଭାଗ ଉପରେ ବୈଜ୍ଞାନିକ ମାନେ ପରାମର୍ଶ ଦେଇଥିଲେ l

Exit mobile version