ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ‘ଓଡ଼ିଶା ବୁକ୍ଷ୍ଟୋର୍’ ଦ୍ୱାରା ପ୍ରକାଶିତ ଓ ଗାଳ୍ପିକ ବିଜୟାନନ୍ଦ ସିଂହଙ୍କ ରଚିତ ପଞ୍ଚମ ଗଳ୍ପ ସଂକଳନ “ଅଶେଷ ଅନୁରାଗ”କୁ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼଼ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଆଜି ସଂଧ୍ୟାରେ, ନୀଳକଣ୍ଠନଗର, ଭୁବନେଶ୍ୱର ଠାରେ ଉନ୍ମୋଚନ କରାଯାଇଅଛି । ଉକ୍ତ ଉତ୍ସବରେ ଶ୍ରୀ ହରିଚନ୍ଦନ ଆଜିର ଗଳ୍ପଗୁଡ଼ିକୁ ସମାଜନିଷ୍ଠ ଅନୁଭବର ପ୍ରତିଲିପି ବୋଲି ଅଭିହିତ କରିଥିଲେ । ଅଶେଷ ଅନୁରାଗରେ ସ୍ଥାନିତ ଗଳ୍ପଗୁଡ଼ିକ ସମ୍ବେଦନଶୀଳ ଦୃଷ୍ଟି ଭଙ୍ଗିରେ ରଚିତ ହୋଇଥିବାରୁ ତାହା ପାଠକକୁ ଗଳ୍ପ ପ୍ରତି ଆକୃଷ୍ଟ କରିବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ ।
