ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ନୂତନ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଦାୟିତ୍ଵ ଗ୍ରହଣ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ ରେ ଆଜି ନୂତନ ଅଧିକ୍ଷଣ ଯନ୍ତ୍ରୀ ଇଂ. ଦୀପକ କୁମାର ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ମୋହନା ରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ଉମାଶଙ୍କର ମଲ୍ଲିକ ଏଠାରୁ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର କୁ ବଦଳି ହୋଇଥିବା ବେଳେ ଭଦ୍ରକ ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଥିବା ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ବଦଳି ହୋଇ ଆସିଛନ୍ତି ।

ଈଂ. ପାଣିଗ୍ରାହୀ ଆଜି ଇଂ. ମଲ୍ଲିକ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରି ମୋହନା ଅଞ୍ଚଳ ରେ ବିଭାଗ ଦ୍ଵାରା ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ବିଭାଗୀୟ ଅଧିକାରୀ ମାନଙ୍କ ସହ ବୁଲି ତଦାରଖ କରିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଅଧିକ୍ଷଣ ଯନ୍ତ୍ରୀ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଦୃତ ଗତିରେ ଚାଲିପାରିବ ବୋଲି ଅଞ୍ଚଳ ବାସୀ ଆଶା ରଖିଥିବା ଜଣାପଡିଛି ।

Exit mobile version