Home ଓଡ଼ିଶା ଦ ବେଲ୍ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ବୟସର ଚର୍ଚ୍ଚା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଚର୍ଚ୍ଚା ହେରାଗୋହିରି ସାହି ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଠାରେ ବୟସର ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ବରିଷ୍ଠ ନାଗରିକ ଓ ସଂଗଠନ ଯୋଗ ଦେଇଥିଲେ । ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ,ସାମାଜିକ କର୍ତ୍ତବ୍ୟ ଓ ଅଧିକାର ବିଷୟରେ ଯୋଗଦେଇଥିବା ବରିଷ୍ଠ ନାଗରିକ ଓ ମଞ୍ଚାସୀନ ଅତିଥିମାନେ ମତପ୍ରକାଶ କରିଥିଲେ । ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଉତ୍ତର ପୀଢି ଓ ପୂର୍ବ ପୀଢି ପରଷ୍ପର ସହିତ ସୁସମ୍ପର୍କ ଓ ବୁଝାମଣା ଭିତିରେ ଚାଲିଲେ ବରିଷ୍ଠ ନାଗରିକ ମାନଙ୍କ ଅଧିକାର ସୁରକ୍ଷିତ ରହିବ। ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ମହାପାତ୍ର କହିଲେ ବରିଷ୍ଠ ନାଗରିକ ମାନେ ନିଜର ଅଧିକାର ଜାହିର ନକରି ସାମାଜିକ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଶିଷ୍ଠ ସମ୍ବକାର ହରିଶଙ୍କର ମିଶ୍ର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତି ବ୍ଲକର ଗ୍ରାମାଞ୍ଚଳରେ କରାଗଲେ ଅଧିକ ସଚେତନତା ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ପୁରୀ ପୌରାଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କମ୍ଯୁନିଟ ହଲ, ସ୍ବତନ୍ତ୍ର ପାର୍କ, ଶ୍ରୀମନ୍ଦିରରେ ସୁବିଧା ଦର୍ଶନ ଓ ମେଡିକାଲରେ ସ୍ବତନ୍ତ୍ର ବ୍ଯବସ୍ଥା ପାଇଁ ବରିଷ୍ଠ ନାଗରିକ ମାନେ ଦାବି କରିଥିଲେ । କାର୍ଯ୍ୟକ୍ରମକୁ ଦ ବେଲ୍ ଓମେନ୍ସ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ : ବାସୁଦେବ ସାହୁ ସଭାପତି ଓ ଦିଲ୍ଲୀପ ମିଶ୍ର ସଂପାଦକ by Proprietor Abhimanyu Maharana July 5, 2026 ପୁରୀଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ଯକାରିଣୀ ବୈଠକ by Proprietor Abhimanyu Maharana July 5, 2026 ଶିଶୁସୁଲଭ ରଥଯାତ୍ରା ନିମନ୍ତେ ସମନ୍ଵୟ ବୈଠକ by Proprietor Abhimanyu Maharana July 5, 2026 ରଥଯାତ୍ରା ପାଇଁ ଟିପିସିଓଡିଏଲ୍ର ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana July 5, 2026 ଅସୁସ୍ଥ ଶ୍ରୀବିଗ୍ରହଙ୍କୁ ଲାଗିହେଲା ଫୁଲରୀ ତେଲ by Proprietor Abhimanyu Maharana July 5, 2026 ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana July 5, 2026