ରଥଖଳା ହାଲଚାଲ ୩୪ ଦିନ ଅଖଚକ ସଂଯୋଗ ହୋଇ ଡେରା

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ମଙ୍ଗଳବାର ୩୪ ତମ ଦିବସରେ ତିନିରଥର ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଏହାସହ ଦିଗନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଛି । ଦଣ୍ଡା ଫ୍ରେମ ଗୁଡିକ ନମ୍ବରିଂ କରାଯାଇଛି । ପଞ୍ଚ ଦଣ୍ଡାରେ କାପ, କଳସା ଓ ବିନ୍ଧ କାମ ଶେଷ ହୋଇଛି ।

ପ୍ରତି ରଥର ଧ୍ବଜବତା କାର୍ଯ୍ୟ ଶେଷ ହୋଇଛି । ନନ୍ଦିଘୋଷ ଓ ତାଳଧ୍ବଜ ରଥର ଦୁଇଟି ପୋଲ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ପଦଳନ ରଥର ୨୦ ଫୁଟିଆ ଧୂଳି ଦଣ୍ଡା ଚଉପଟ ଓ ଗୋଲେଇ କାର୍ଯ୍ଯ ଶେଷ ହୋଇଛି ।

ରୂପକାର ସେବକ ମାନେ ବେଦି ସିଂହାସନ ଓ ମୁହାଁଟରେ କୁମ୍ଭ,ମତ୍ସ୍ଯ ଓ ଡାଳିଲଟା ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି । ତିନିରଥର ନାଟ ଗୋଡରେ ଗନ୍ଧର୍ବ ରୂପ ଚିତ୍ରାଙ୍କନ କାର୍ଯ୍ୟ ଚାଲୁରହିଛି । ଦୋଳବେଦି କୋଣ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଦଣ୍ଡା କଣ୍ଟା,

ଗୟଳ କଣ୍ଟା, ଗରଗରା କଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଖଳାରେ ତିନିରଥର ମହାରଣା ସେବକ, ଭୋଇ ସେବକ, କରତୀ ସେବକ, ରୂପକାର ସେବକ, ଦୁଇଜଣ ତୁମ୍ବ ବିନ୍ଧ କାରୀଗର, ତିନିଜଣ ପାହି ମହାରଣା ଓ ଓଝା ସେବକ ମାନେ ରଥନିର୍ମାଣ କାର୍ଯ୍ୟରେ ନିମଗ୍ନ ଅଛନ୍ତି ।

Exit mobile version