Home ଓଡ଼ିଶା ଶ୍ରୀଅଲାରନାଥଙ୍କ ଅନବସର ବେଶ ଦର୍ଶନ ପାଇଁ ପ୍ରସ୍ତୁତି ଯୋରଦାର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ ୧୧ ତାରିଖ ପବିତ୍ର ସ୍ନାନପୂର୍ଣ୍ଣିମା । ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ । ଏହି ସମୟରେ ଭକ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ ନାହିଁ । ଜୁନ ୧୨ ତାରିଖରୁ ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ ରୂପରେ ଭକ୍ତ ଦର୍ଶନ କରିବେ। କଥିତ ଅଛି ଅଣସର ସମୟରେ ଗୋଟିଏ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ୧୪ ଦିନ ଅଣସର ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଗହଳି ହେବ । ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀଅଲାରନାଥଙ୍କ ପୀଠ । ଏବେ ମନ୍ଦିରକୁ ଧଳା ଚୂନରେ ରଙ୍ଗ କରାଯାଉଛି । ଭକ୍ତ ଦର୍ଶନ ପାଇଁ ବ୍ଯାରିକେଡ ନିର୍ମାଣ କରାଯିବ । ପ୍ରବଳ ଖରା ତାତି ଯୋଗୁ ଛାମୁଣ୍ଡିଆ କରାଯିବ ସହ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଭିନ୍ନକ୍ଷମ ଓ ବୟସ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଛି । ସେମାନଙ୍କୁ ସହଯୋଗ କରିବା ପାଇଁ ସ୍ୱେଛାସେବୀ ମାନେ ନିୟୋଜିତ ହେବେ । ମଝିରେ ମଝିରେ ବସିବା ପାଇଁ ସ୍ବତନ୍ତ୍ର ବେଞ୍ଚ ବ୍ଯବସ୍ଥା କରାଯିବ । ମନ୍ଦିର ଭିତର ଓ ବାହାର ବିଦ୍ୟୁତ ଆଲୋକରେ ଝଲସିବ । ନୀତିକାନ୍ତି ସଠିକ କରିବା ପାଇଁ ପ୍ରସ୍ତୁତି ବୈଠକରେ ଚୁଡାନ୍ତ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯାପକ ପୋଲିସ ବ୍ଯବସ୍ଥା କରାଯିବ । ଏଥର ୫୦ଟି ସିସିଟିଭି କ୍ଯାମେରା ମନ୍ଦିର ବିଭିନ୍ନ ସ୍ଥାନରେ ଲଗାଯିବ । ସେବାୟତ ୩୦ ଘର ପାଇଁ ସ୍ବତନ୍ତ୍ର ପାସ ବ୍ଯବସ୍ଥା କରାଯାଇଛି । ଗାଡି ପାର୍କିଂ ପାଇଁ ଚନ୍ଦନ ପୋଖରୀ ନିକଟରେ ବ୍ଯବସ୍ଥା କରାଯାଇଛି । ସେଠାରେ ଅଧିକ ଗାଡି ହେଲେ ଅନ୍ଯ ସ୍ଥାନରେ ପାର୍କିଂ ପାଇଁ ବ୍ଯବସ୍ଥା ହୋଇଛି । ମନ୍ଦିରରୁ ବାମ୍ଫ ନିଷ୍କାସନ ଓ ଥଣ୍ଡା ପାଇଁ ସ୍ବତନ୍ତ୍ର କୁଲର ବ୍ଯବସ୍ଥା କରାଯିବ । ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ଖୀରି ପ୍ରସାଦ ନେଇପାରିବେ । ବିଧାୟିକା ଉପାସନା ମହାପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଏସପି ବିନୀତ ଅଗ୍ରୱାଲ,ଉପଜିଲ୍ଲାପାଳ ରାଜକିଶୋର ଜେନା, ବ୍ରହ୍ମଗିରି ତହସିଲଦାର, ଥାନା ଆଇଆଇସି, ସେବାୟତ ନିଯୋଗ, ଅଲାର ଗ୍ରାମବାସୀ ଓ ଗୋପ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତିଦିନ ସାଂସ୍କୃତିକ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରସ୍ତୁତି ସମ୍ପର୍କରେ ନିଯୋଗ କମିଟିର ସଭାପତି ବିଜୟ କୁମାର ସୁଆର ଓ ଅଲାରନାଥ ଉନ୍ନୟନ କମିଟିର ସମ୍ପାଦକ ତଥା ସେବାୟତ ନୀଳମଣି ସୁଆର ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026