Home ଓଡ଼ିଶା ନିଶାଦ୍ରବ୍ୟ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ରଥର ଶୁଭାରମ୍ଭ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ଅବଗତ କରିବା,ଅପମିଶ୍ରିତ, ବିଷାକ୍ତ ଏବଂ ଚୋରା ମଦ କାରବାର ସଂପୂର୍ଣ୍ଣ ରୋକିବା ଲାଗି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ମେ ୩୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବ୍ୟାପକ ଜନ ସଚେତନତା ଅଭିଯାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ନିମନ୍ତେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଶୁଭାରମ୍ଭ କରିଛନ୍ତି। ନିଶାଦ୍ରବ୍ୟ ସମାଜ ପାଇଁ କ୍ଷତିକାରକ। ବିଶେଷ ଭାବେ ଯୁବଶକ୍ତି ଏହାର କୁପରିଣାମର ଶିକାର ହେଉଛନ୍ତି। ତେଣୁ ଏହି ରଥ ଜିଲ୍ଲାରେ ଯୁବପିଢିଙ୍କ ସମେତ ଜନ ସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ନିଶା ନୁହେଁ, ଜୀବନକୁ ବାଛିବା ନିମନ୍ତେ ସଂକଳ୍ପ ନେବା ପାଇଁ ଯୁବ ସମାଜ ଓ ଜନ ସାଧାରଣଙ୍କୁ ଏହି ରଥ ସଚେତନ କରିବ। ଏହି ରଥ ଜିଳ୍ଲାର ସାତଟି ବ୍ଲକ୍ ର ୧୧୧ ଟି ଗ୍ରାମ ପଞ୍ଚାୟତ ପରିଭ୍ରମଣ କରିବ । ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026