Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ସନ୍ତରଣ ପ୍ରଶିକ୍ଷଣ ଶିବିର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଯୁବପିଢୀଙ୍କ ପାଇଁ ସନ୍ତରଣ ଓ ପାଣିରେ ବୁଡ଼ି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ସନ୍ତରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜରୁରୀକାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା ମଞ୍ଚାସୀନ ଥିଲେ। ପାଣିରେ ବୁଡ଼ି କୌଣସି ପ୍ରାଣହାନି ଜନିତ ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୁବପୀଢ଼ିଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ୩୦ ଜଣିଆ ଅଂଶ ଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ। ୧୦ ଦଳ ମୋଟ ୩୦୦ ଅଂଶ ଗ୍ରହଣକାରୀଙ୍କୁ ସ୍ଥାନୀୟ ବଣ୍ଡା ବାକୁଲିଗୁଡ଼ା ବନ୍ଧରେ ଓଡ୍ରାଫ୍ ଟିମ୍ ପ୍ରଶିକ୍ଷଣ ଦେବେ। କୋରାପୁଟରୁ ୨୦ ଜଣିଆ ଓଡ୍ରାଫ୍ ଟିମ୍ ଜିଲ୍ଲାରେ ଏହି ପ୍ରଶିକ୍ଷଣ ନିମନ୍ତେ ଯୋଗ ଦେଇଛନ୍ତି। ଜରୁରୀ କାଳୀନ ବିଭାଗ ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026