Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ୩୬ ତମ ରାଜ୍ୟସ୍ତରୀୟ ଅଗ୍ରଦୂତ ଛାତ୍ର ସମ୍ମିଳନୀ ଉଦଘାଟିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଶିଳ୍ପାଞ୍ଚଳ ରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର (ମାତୃପୀଠ) ଠାରେ ୩୬ତମ ରାଜ୍ୟସ୍ତରୀୟ ଶ୍ରୀଅରବିନ୍ଦ ଅଗ୍ରଦୂତ ପାଠଚକ୍ର ସମ୍ମିଳନୀ ଉଦଘାଟିତ ହୋଇଯାଇଛି,୪ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ସମଗ୍ର ଓଡ଼ିଶାରୁ ୩୫ ଗୋଟି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମେତ ଓଡ଼ିଶା ତଥା ବିଭିନ୍ନ ରାଜ୍ୟରୁ ବିଶିଷ୍ଟ ସାଧକ ଗଣ ଯୋଗ ଦେଇଛନ୍ତି, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦୀର୍ଘ ୩୫ ବର୍ଷ ଧରି ଆୟୋଜନ ହେଉଥିବା ବେଳେ ଗଜପତି ଜିଲ୍ଲା ରେ ଏହି ସମ୍ମିଳନୀରେ ପ୍ରଥମ ପାଇଁ ପାରଳାଖେମୁଣ୍ଡି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି, କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରାଧ୍ୟାପକ ମନମୋହନ ପାତ୍ର ଫୋଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରିଥିବା ବେଳେ ଉଦଘାଟନୀ ଉତ୍ସବରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମୁଖ୍ୟଅତିଥି ରୂପେ ଯୋଗଦେଇ ଉପସ୍ଥିତ ଯୁବ ମାତୃକର୍ମି ମାନଙ୍କୁ ନୂତନ ପୂର୍ଣ୍ଣାଙ୍ଗ ସମାଜ ଗଠନ ରେ ଅଗ୍ରଦୂତ ଭାବେ କାର୍ଯ୍ୟ କରି ଦେଶ ଗଠନ ସହ ସୁସ୍ଥ ରହି ସୁସ୍ଥ ସମାଜ ଗଠନରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ର ଛାତ୍ରୀ ଭୂମିକା ବିଷୟରେ ଆଲୋକପାତ କରିଥିଲେ, ସମ୍ମାନିତ ଅତିଥି ଭାବରେ କଟକ ମାତୃଭବନ ସମ୍ପାଦକ ପ୍ରସାଦ ତ୍ରିପାଠୀ, ପଣ୍ଡିଚେରୀ ଆଶ୍ରମ ଆରୋଭିଲ ରୁ ବରିଷ୍ଠ ସାଧକ ରାମନାରାୟଣ ପାତ୍ର, ବ୍ରହ୍ମପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଭାଗିରଥି ମହାପାତ୍ରଙ୍କ ସହ ମାତୃପୀଠ ସଭାପତି ବିଜୟ ମୁନି, ସମ୍ପାଦକ ଶ୍ରୀ ଗୌରହରି ପଟ୍ଟନାୟକ ଏବଂ ଅନୁଷ୍ଠାନ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ ପ୍ରମୁଖ ଶ୍ରୀଅରବିନ୍ଦଙ୍କ ଦର୍ଶନ ଏବଂ ଅଗ୍ରଦୂତଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଅଗ୍ରଦୂତ ରାଜ୍ୟ ଆବାହକ ସ୍ବରାଜ ଭାଇ ଏଵଂ ବିଜୟାନନ୍ଦ ଭାଇ,ବିକାଶ ରଞ୍ଜନ ଭାଇ ମଂଚ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନ ସଦସ୍ୟ ଗିରିଶ ଚନ୍ଦ୍ର ଦାସ ବିଷୋୟୀ କୃତ୍ୟଜ୍ଞତା ଜ୍ଞାପନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପୂରାତନ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଓ ପୂରାତନ ଶିକ୍ଷକ ମାନେ ପରିଚାଳନା କରିଥିଲେଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରକାଶିତ ଏକ ବାର୍ଷିକ ସ୍ମରଣିକା “ଦା ପାୟୋନିର” ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲେ ବେଳେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026