Home ଓଡ଼ିଶା କଟକ ଉଠାଦୋକାନୀକୁ ଥଇଥାନ ଓ ଭେଣ୍ଡିଂଜୋନ ଦାବିରେ ସାଂସଦଙ୍କୁ ଦାବିପତ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସହରର ଉଠାଦୋକାନୀଙ୍କୁ ଉଛେଦ ନକରି ଥଇଥାନ ଓ ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସାକ୍ଷାତ କରି ଆଜି ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି ! ସାଂସଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କ୍ଷମତାସୀନ କମିଟି ୨୦୨୪ ମସିହା ସେପ୍ଟେମ୍ବର ମାସରେ କଟକର ବିଭିନ୍ନ ମାର୍କେଟ ଗସ୍ତ କରି ପ୍ରାୟ ଆଠଗୋଟି ସ୍ଥାନରେ ଯଥା : ରାଣୀହାଟ, ବାଦାମବାଡ଼ି, ପ୍ରେସଛକ, ମଧୁପଟଣା ଓ ଓଏମପି ପ୍ରଭୃତି ସ୍ଥାନରେ ୬୦୦ ଭେଣ୍ଡିଂ ଜୋନ ପାଇଁ ପ୍ରସ୍ତାବ ନିଆଯାଇଥିଲା ! ମାତ୍ର ଦୁଃଖର କଥା ଏଯାବତ ପ୍ରସ୍ତାବ. କାର୍ଯ୍ୟକାରି ହୋଇ ନ ଥିବା ବେଳେ ଉଛେଦ କାର୍ଯ୍ୟକୁ ପ୍ରଶାସନ ଚାଲୁ ରଖିଛନ୍ତି ! ଯଦ୍ଦ୍ୱାରା ଉଠାଦୋକାନୀମାନେ ଜୀବିକା ହରାଇ ଦୟନୀୟ ସ୍ଥିତିରେ ଦିନ କାଟୁଥିବା ସାଂସଦଙ୍କୁ ଅବଗତ କରାଯାଇଥିଲା ! ମହାସଙ୍ଘ ପକ୍ଷରୁ ଦାବିପତ୍ର ଗ୍ରହଣକରି ସାଂସଦ ଶ୍ରୀ ମହତାବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ମାର୍ଗ ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ! ମହାସଙ୍ଘ ପକ୍ଷରୁ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି, ରମାକାନ୍ତ ନାଏକ, ସିଡିଏ ଆବାହକ ନରୋତ୍ତମ ଦାସ, ରାଣୀହାଟର ରତ୍ନାକର ସାହୁ, ରବୀନ୍ଦ୍ର ସାହୁ, ବାଦାମବାଡ଼ିର ଛବି ଖୁଣ୍ଟିଆ, ପ୍ରେସଛକର ସନ୍ତୋଷ ସାହୁ, ବାପୁ ଖାନ, ସୁକାନ୍ତ ବାରିକ, ଆଡ଼ଭୋକେଟ ପ୍ରସନ୍ନ ମହାପାତ୍ର, ଝୋପଡ଼ପଟି ନେତା ବୃନ୍ଦାବନ ଦାସ ଆଜାଦ, ସମାଜର ପୂର୍ବତନ ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ମହାପାତ୍ର ଓ ଓଡିଶା ନବନିର୍ମାଣ ବିକାଶମଞ୍ଚ କେନ୍ଦ୍ରୀୟ ସଭାପତି ତଥା ମହାସଙ୍ଘ ଉପଦେଷ୍ଟା ଆଡ଼ଭୋକେଟ ଡକ୍ଟର ଜ୍ଞାନଗୁରୁ ଦାସ ପ୍ରମୁଖ ଦାବି ପ୍ରଦାନ ସମୟରେ ଉପସ୍ଥିତ ଥିଲେ ! Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026