ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ପାରଳାଖେମୁଣ୍ଡି :– ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପାରଳା ପୌର ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ଏଥିରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇପାରଳା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ।
କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଦୀର୍ଘ ୫ ମାସହେଲାକୋଭିଡ-୧୯ରେ ସହରବାସୀଙ୍କୁ ବ୍ୟାପକ ଜନ ସଚେତନତା ଓ ବିଭିନ୍ନ କାର୍ଯ୍ୟରେ ଦିନରାତି ଏକ କରି ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି । (ଗରୁଡ ଧ୍ଵଜ ଚୌଧୁରୀ)
