Home ଓଡ଼ିଶା ଆର,ଉଦୟଗିରି ମହାଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଆର,ଉଦୟଗିରି ସ୍ଥିତ ଶ୍ରୀ ଉଦୟନାଥ ମହାପ୍ରଭୁ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଶିନିବାର ଅନୁଷ୍ଠିତ ହୋଇଛି । ଶୁକ୍ରବାର ବିବାହ ନିମନ୍ତେ ଗୁଆ ଅନୁକୂଳ ହୋଇଥିଲା । ଶନିବାର ଉଭୟ ଠାକୁର ନିଜ ନିଜ ମନ୍ଦିରରୁ ପିତା ଓ ବରଯାତ୍ରୀଙ୍କ ସହ ଆସିବା ପରେ ମନ୍ଦିର ଛକ ଠାରେ କନ୍ୟା ପିତାଙ୍କ ଦ୍ବାରା ଉଭୟ ଠାକୁରଙ୍କ ବାଟ ବରଣ ହୋଇଥିଲା । ଉଭୟ ଠାକୁର ନିଜ ନିଜ ମନ୍ଦିରକୁ ପ୍ରତ୍ୟାବତ୍ତନ କରିବା ପରେ ଶାସ୍ତ୍ର ରୀତିନୀତି ଅନୁଯାୟୀ ଉଭୟ ମନ୍ଦିର ପ୍ରାଙ୍ଗଣରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦୟନାଥ ମନ୍ଦିର ପୂଜକଙ୍କ ଉପସ୍ଥିତିରେ ବାବା ଉଦୟନାଥ ଠାକୁରଙ୍କ ବିବାହ ନିମନ୍ତେ ଅମୁଲ୍ୟ ଦତ୍ତ ବରପିତା ହୋଇଥିବା ବେଳେ କନ୍ୟାପିତା ସତ୍ୟବାଦ ବେହେରା କନ୍ୟାଦାନ କରିଥିଲେ । ବରିଷ୍ଠ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ନିତେଇ ଚନ୍ଦ୍ର ମିଶ୍ର, ଦିଲିପି ମିଶ୍ର ଓ ରଞ୍ଜନ ମିଶ୍ର ରୀତିନୀତ ଅନୁସାରେ ବିବାହ କାର୍ଯ୍ୟ ସମ୍ପାଦକ । ରବିବାର ସାନ୍ଧ୍ୟରେ ଗ୍ରାମ ପରିଭ୍ରମଣ ର କାର୍ଯ୍ୟକ୍ରମ ହୋଇଥିଲା । ତଥା ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ଏଥିରେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ ଏ ମଙ୍ଗଳ କାର୍ଯ୍ୟ ସମାପନ ହୋଇଛି। Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026