ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଢେଙ୍କାନାଳ :– କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ପରୀକ୍ଷା ରେ ସ୍ୱଳ୍ପ ଲକ୍ଷଣ ଥିବା ଓ ଲକ୍ଷଣ ନଥିବା କରୋନା ପଜିଟିଭ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆଉ ୨ଟି ବ୍ଲକ ରେ କୋଭିଡ କେୟାର ସେଣ୍ଟର ଉଦଘାଟନ ହୋଇଛି ।କାମାକ୍ଷା ନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣି ସ୍ଥିତ କୁସୁମଜୋଡି ଉଚ୍ଚ ବିଦ୍ୟାଳୟ ଠାରେ ୫୦ ଶଯ୍ୟା ,ପରଜଙ୍ଗ ଠାରେ
୫୦ ଶଯ୍ୟା ବିଶିଷ୍ଟ କାର୍ଯ୍ୟକ୍ଷମ କୋଭିଡ କେୟାର ସେଣ୍ଟର ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର ,କାମାକ୍ଷା ନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ଯ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
