ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ ୨୭ ତାରିଖରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ବାରମ୍ବାର ରଥଯାତ୍ରା ସମନ୍ଵୟ ବୈଠକ ବସୁଛି । ସବୁ ରାସ୍ତାଘାଟ ସମତୁଲ ହୋଇଛି ବୋଲି କାଗଜ ଓ ପାଟିରେ କୁହାଯାଉଛି । ପ୍ରକୃତରେ ଦେଖିବାକୁ ଗଲେ ଦୀପତଳ ଅନ୍ଧାର । ପିକେଡିଏ ଛକରୁ ଟାଉନହଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଦୟନୀୟ ସ୍ଥିତିରେ ରହିଛି ।

