ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାର ପୁରାତନ କଲେଜ ଭାବେ ଏସସିଏସର ନାମ ରହିଛି । ବ୍ରିଟିଶ ଅମଳରୁ ଏହି ନାଲିଆ କୋଠା ରହିଛି । ଓଡିଶାର ଅନେକ ବୁଦ୍ଧିଜୀବୀ,ରାଜନେତା ଓ ଆଇନଜୀବୀ ଏହି କଲେଜରେ ପଢିଥିବା ଇତିହାସ ରହିଛି । ମୋ କଲେଜ, ମୋ ଓଡିଶା ଓ ସ୍ମାର୍ଟ କଲେଜ ପାଇଁ ଅନେକ ଅର୍ଥ ମଞ୍ଜୁର ହୋଇଥିଲା । ପୂର୍ତ୍ତବିଭାଗର ଧ୍ରୃତାମି କାମ ଯୋଗୁ ପୁରୁଣା କୋଠା ଭୁଷୁଡ଼ିବା ଅବସ୍ଥା ଦେଖା ଦେଇଛି । କଲେଜର ଡାହାଣ ପାର୍ଶ୍ବ ରାସ୍ତା ପାଖରେ ଥିବା କାନ୍ଥରେ ବରଓସ୍ତ ଗଛ, ଅନାବନା ଲତା ମାଡି ରହିଥିବା ଦେଖିବାକୁ ମିଳିଛି ।

