ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜୁନ ୨୭ ତାରିଖ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ରତ୍ନସିଂହାସନ ଛାଡି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସେନାପଟା ଲାଗି ବଉଳଗଛ କାଠ ଆବଶ୍ଯକ । ଏଥି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ ୭ ତାରିଖରେ ୪ ଫୁଟ ଗୋଲେଇ ସହ ୧୦ ଫୁଟ ଉଚ୍ଚତା ଭିତରେ ବଉଳଗଛ କାଠ ଆବଶ୍ୟକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
