ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ହେବ ବିଶ୍ବସ୍ତରୀୟ ସହର । ସାହି ଗଳିକନ୍ଦିର ରାସ୍ତାଘାଟ ହେବ ଚକାଚକ । ଏହା ପରୀ ଗପ ପରି କାନକୁ ଭଲ ଶୁଣା ଯାଉଥିଲେ ମଧ୍ଯ ପ୍ରକୃତପକ୍ଷେ ସେମିତି କାମ ହେଉନାହିଁ । ୬ ବର୍ଷ ହେଲାଣି ପୁରୀ ପୌରସଂସ୍ଥାର ନିର୍ବାଚନ ହୋଇନାହିଁ । ତେଣୁ ସାହି କଥା ବୁଝିବା ପାଇଁ କେହିନାହାନ୍ତି । ୩୨ ଓ୍ବାର୍ଡରେ ୩୨ ଅଧିକାରୀ ବୁଝିବେ ବୋଲି ଦାୟୀତ୍ବ ଦିଆଯାଇଥିଲା । ଅଫିସ ଛାଡି ଅଧିକାରୀ ଯାଉନାହାନ୍ତି ।

