ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀ ମଧ୍ଯରୁ ପୁରୀ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ନିଆରା । ପୁରୀ ନିର୍ବାଚନ ମଣ୍ଡଳୀକୁ ତିନି ଦଶନ୍ଧି ଧରି ନିଜ କବଜାରେ ରଖିଥିବା ରାଜନେତାଙ୍କ ପରେ ଏବେ ପାଞ୍ଚବର୍ଷ ଜଣେ ନେତା ତିଷ୍ଠିବା କଷ୍ଟସାଧ୍ୟ ହୋଇପଡିଲାଣି । ସ୍ବର୍ଗତ ନେତା ମହେଶ୍ବରଙ୍କୁ ଟକ୍କର ଦେଇ ଜୟନ୍ତ ଷଡ଼ଙ୍ଗୀ (ନିଲୁ) ନଗରପାଳ ପଦବୀ ପରେ ବିଧାୟକ ପଦବୀ ଅକ୍ତିଆର କରିଥିଲେ । ସେ ପାଞ୍ଚବର୍ଷ ଲୋକଙ୍କ ସହ ସଠିକ ପରିଚାଳନା କରିନପାରିବାରୁ ୨୦୨୪ ନିର୍ବାଚନରେ ହାରିଯାଇଥିଲେ ।
