ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥା ର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ । ଅବସର ନେଉଥିବା ଶିକ୍ଷା ବିଭାଗର କର୍ମଚାରୀମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଙ୍କ ସଭାପତିତ୍ବରେ ଅବସରକାଳୀନ ବିଦାୟୀ ସଭା ଅନୁଷ୍ଠିତ ହୋଇଥିଲା ।

