Home ଓଡ଼ିଶା ଗଜପତି : ଶବ ଦାହ ପାଇଁ ଯାଇମହେନ୍ଦ୍ର ତନୟା ନଦୀରେ ଭାସିଗଲେ ବୃଦ୍ଧ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଦୁଃଖଦ ଖବର ହସ୍ତଗତ ହୋଇଛି. ଶବଦାହ ପାଇଁ ଯାଇଥିବା ଜଣେ ବୃଦ୍ଧ ମହେନ୍ଦ୍ର ତନୟା ନଦୀରେ ଗତକାଲି ଆଜି ଖବର ଲେଖିବା ସୁଦ୍ଧା ନିଖୋଜ ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋଷାଣି ବ୍ଲକ ମାଛମରା ଗ୍ରାମରେ ଏହି ଘଟଣା ଘଟିଛି. ଶବଦାହ ପାଇଁ ଯାଇଥିବା ଜଣେ ବୃଦ୍ଧ ମହେନ୍ଦ୍ର ତନୟା ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ସେ ହେଲେ ଉକ୍ତ ଗ୍ରାମର ମାମିଡି ସାବରେୟା ମାମିଡି ଗ୍ରାମର ଜଣେ ବୃଦ୍ଧାଙ୍କ ମୃତଦେହ ସତ୍କାର କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଯାଇଥିଲେ । ମୃତଦେହ ସତ୍କାର ପରେ ମହେନ୍ଦ୍ରତନୟା ନଦୀରେ ଗାଧେଇବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ପ୍ରଥମେ ଗ୍ରାମବାସୀ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ନ ମିଳିବାରୁ ଗୁରାଣ୍ଡି ଥାନା ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନା ଓ ପୁଲିସ୍ ଗତକାଲି ସନ୍ଧ୍ୟା ସମୟରେ ପ୍ରାୟ ତିନି ଘଣ୍ଟା ଧରି ଖୋଳିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା. ରାତ୍ର ଯୋଗୁଁ ଘନ ଅନ୍ଧକାର ଘଟିବା ଯୋଗୁଁ ଖୋଜିବା କାମ ସ୍ଥଗିତ ରହିଥିଲା. ଆଜି ପୁଣି ଥରେ ଖୋଜାଖୋଜି କାମ ଆରମ୍ଭ କରାଯାଇଛି. ହେଲେ ଖବର ଲେଖିବା ସମୟ ସୁଦ୍ଧା ନିଖୋଜ ବୃଦ୍ଧଙ୍କ କୌଣସି ପତ୍ତା ମିଳିନାହିଁ. Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରସାଦ ଡାଲ୍ମା ହାଣ୍ଡିରେ ସାପ ୩୦ ଜଣ ମେଡିକାଲରେ ଭର୍ତି by Proprietor Abhimanyu Maharana March 20, 2026 ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ by Proprietor Abhimanyu Maharana March 20, 2026 ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ by Proprietor Abhimanyu Maharana March 20, 2026 ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana March 20, 2026 ଆଇଓସିଏଲ ପାଇପଲାଇନ୍ସ ପକ୍ଷରୁ ମକ୍ ଡ୍ରିଲ by Proprietor Abhimanyu Maharana March 20, 2026 ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ର ତୀବ୍ର ବିରୋଧ ପରେ ପୂର୍ବ ନିଷ୍ପତି କୁ ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ by Proprietor Abhimanyu Maharana March 20, 2026