ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) ଢେଙ୍କାନାଳ :– ଟାଉନ୍ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ରୋଡରେ ଥିବା ଶକୁନ୍ତଳା ଲଜ୍ ରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଗତକାଲି ଠାରୁ ଜଣେ ଯୁବତୀଙ୍କ ସହ ସେହି ଲଜ୍ ରେ ରହୁଥିଲେ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଭୁବନ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ଜଣେ ସୁନା ବ୍ୟବସାୟ କରୁଥିଲେ ତାଙ୍କ ଘର କଲିକତାରେ । ସେ ୧୨ ବର୍ଷ ହେବ ପରିବାର ସହ ଭୁବନ ଅଞ୍ଚଳରେ ବାସ କରିଆସୁଛନ୍ତି ଏବଂ ଭୁବନରେ ତାଙ୍କର ଏକ ସୁନା ଦୋକାନ ରହିଛି ।
ମୃତ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଟ ଥିବାବେଳେ ପରିବାର ପକ୍ଷରୁ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି। ପୋଲିସ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। କୋଭିଡ୍ କଟକଣା ସମୟରେ ହୋଟେଲ, ଲଜ ଗୁଡ଼ିକ ଉପରେ ରୋକ୍ ଲାଗିଥିବା ବେଳେ କିଭଳି ସହର ମଝିରେ ରହି କଟକଣାକୁ ନ ମାନି ହୋଟେଲ ଲଜ୍ ଖୋଲା ରହୂଛି, ଯାହା ଲଜରୁ ମୃତଦେହ ଉଦ୍ଧାର ପରେ ଜଣାପଡ଼ିଲା। ଏହାକୁ ନେଇ ସହରରେ ଅସନ୍ତୋଷ ଦେଖାଦେଇଛି ଏବଂ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। (ରିପୋର୍ଟ ଅମର ରଞ୍ଜନ ଦାସ)
