ବ୍ଯାଡମିନ୍ଟନ ସମର କ୍ଯାମ୍ପ ଉଦଯାପିତ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍)  :- କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ଷ୍ଟାଡିଅମ ରେ ଥିବା ବ୍ଯାଡମିଣ୍ଟନ ଇନଡୋର ହଲ ରେ ଗତ ଏପ୍ରିଲ ମାସ ୨୫ ତାରିଖ ରୁ ଆରମ୍ଭ ହୋଇଥିବା ୧୬ ଦିନିଆ, ଦୁଇଟି ବ୍ଯାଚର ବ୍ଯାଡମିଣ୍ଟନ ସମର କ୍ଯାମ୍ପ ଉଦଯାପିତ ହୋଇଯାଇଛି। ୮ ବର୍ଷ ରୁ ୧୬ ବର୍ଷ ବର୍ଗର ବାଳକ ଓ ବାଳିକା ମାନଙ୍କ ଏହି ଶିବିରରେ ସମୁଦାୟ ୪୫ ଜଣ ଭାଗ ନେଇଥିଲେ। ଆଜି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ,

ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇ ପିଲା ମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ କ୍ରୀଡା ନିହାତି ଆବଶ୍ୟକ କେବଳ ପାଠ ପଢା ନୁହେଁ ଶାରୀରିକ ଦକ୍ଷତା ଓ କ୍ରୀଡ଼ା ମଧ୍ୟ ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଅବିଭାବକ ମାନେ ମଧ୍ୟ କ୍ରୀଡା ଦିଗରେ ପିଲା ମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ପାତ୍ର ଯୋଗ ଦେଇ

ଖେଳାଳି ମାନେ ଶୃଙ୍ଖଳାର ସହ ଖେଳିଲେ ଜୀବନରେ ଏହି ଦିଗରେ ସଫଳତା ହାସଲ କରିପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ବ୍ଯାଡମିନ୍ଟନ ଖେଳାଳି ତଥା ସାମ୍ବାଦିକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ଶେଷରେ ଏହି କ୍ଯାମ୍ପ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାର ଚମ୍ପିଅନ ଓ ରନର୍ସ ମାନଙ୍କୁ ଅତିଥି ମାନେ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।

ଏଥିସହ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ବାଳକ ବାଳିକା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଉଭୟ ବ୍ଯାଚର ପ୍ରଶିକ୍ଷଣ ଶିବିର ରେ ଫୁଲବାଣୀ ଇନଡୋର ଷ୍ଟାଡିୟମ ର ବ୍ଯାଡମିନ୍ଟନ ପ୍ରଶିକ୍ଷକ ଶ୍ରୀ ଅସୀମ କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ ।

Exit mobile version