ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ରଜ ମହୋତ୍ସବ-୨୦୨୫ ପାଳନ ଅବସରରେ ରବିବାର ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଝିଅ ଓ ମହିଳା ମାନଂକ ମଧ୍ୟରେ ଦଉଡ଼ି ଡିଆଁ, ପୁଚି, ମୋତି ମାଳି ଗୁନ୍ଥିବl, ଗୁପଚୁପ ଖାଇବା , ମ୍ୟୁଜିକ ଚେୟାର, ଲଡୁ, ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା l ଏଥିରେ କୃତିତ୍ୱ ଲାଭ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜୁନ ୧୫ ତାରିଖ ସଭା ଗୃହ ଠାରେ ତିନିଦିନ ବ୍ୟାପୀ ଆୟୋଜିତ ରଜ ଉତ୍ସବ ରେ ପୁରସ୍କାର ଓ ମାନ ପତ୍ର ପ୍ରଦାନ କରାଯିବ l

