Home ଓଡ଼ିଶା ନିଶା ଦ୍ରବ୍ୟ ସେବନ ବିରୋଧ ରେ ସଚେତନ କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋଗୋ, ଵିଜ୍ଞାପନ ଓ ଥିମ ସଙ୍ଗ ଉନ୍ମୋଚନ ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାର ଙ୍କ ନିର୍ଦେଶ ଅନୁଯାଇ ଅବକାରୀ ବିଭାଗ ଦ୍ୱାର ୩୧.୦୫.୨୦୨୫ ରିଖ ଠାରୁ ତା ୨୬. ୦୬ .୨୦୨୫ ରିଖ ପର୍ଯ୍ୟନ୍ତ ଓ ଏହା ପରେପରେ ଆଉ ତିନୋଟି ପର୍ଯ୍ୟାୟରେ ବର୍ଷ ବ୍ୟାପି ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ କରାଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ, ଭୁବନେଶ୍ୱର ଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଲୋଗ, ବିଞାପନ ଓ ଥିମ୍ ସଙ୍ଗ୍ ଉନ୍ମୋଚନ କରିଥିଲେ । ତମାଖୁ ହେଉଛି ଏକ ନିଶ୍ଚିତ ହତ୍ୟାକାରୀ। ଏହା ସହିତ, ତମାଖୁ ଉତ୍ପାଦନ ଓ ବର୍ଜ୍ୟ ଯୋଗୁ ଆମର ପରିବେଶ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ତମାଖୁ କମ୍ପାନୀମାନେ ଆକର୍ଷଣୀୟ ବିଜ୍ଞାପନ, ଫ୍ଲେଭରଯୁକ୍ତ ଉତ୍ପାଦ ଓ ଇ-ସିଗାରେଟ ଜରିଆରେ ଯୁବକମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହି ଚାଲବାଜିକୁ ଚିହ୍ନି ଓ ଯୁବପିଢ଼ିଙ୍କୁ ତମାଖୁ ଦୂରେଇ ରହିବାକୁ ଶକ୍ତି ପ୍ରଦାନ,ଶିକ୍ଷା ଓ ସଚେତନତା କରିବା ଏହାର ମୂଳ ଲକ୍ଷ୍ୟ। ପଞ୍ଛାୟତିରାଜ ବିଭାଗ, କ୍ରିଡା ବିଭାଗ, ମିଶନ ଶକ୍ତି , ସାମଜିକ ସୁରକ୍ଷ। ଓ ଭିନ୍ନକ୍ଷମ ସଶକ୍ରିକରଣ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ, ଓଡ଼ିଶା ପୁଲିସ ଓ ସ୍ଵତନ୍ତ୍ର କାର୍ଯ୍ୟ ବାହିନୀ ଇତ୍ୟାଦି ବିଭାଗ ଏହି ବହୁମୁଖି ଅଭିଯାନରେ ଅବକାରୀ ବିଭାଗକୁ ସହାୟତା କରିବେ । ସଚେତନତା ରଥ, ଜିଲ୍ଲା ସଂସ୍କୃତି ସଂଘ, ବ୍ଳକ କଳା ସଂସ୍କୃତି ସଂଘ ଏବଂ ନଗର କଳା ସଂସ୍କୃତି ସଂଘ ଜରିଆରେ ସମଗ୍ର ଓଡ଼ିଶାରେ ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମର ଓଡ଼ିଶାର ସମସ୍ତ ଜିଲ୍ଲାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଅଧିକାରୀ ଯୋଗ ଦେଇଥିଲେ ବେଳେ କନ୍ଧମାଳ ଜିଲ୍ଲାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ୍ ବି.ସି , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଉପ-ଜିଲ୍ଲାପାଳ ଭିକାରୀ ସାହୁ, ଡ଼ି.ଏଫ୍.ଓ,ଅବକାରୀ ଅଧିକ୍ଷକ, ଆର୍.ଟି.ଓ, ଡି.ଏସ୍.ଏସ୍.ଓ, ଡି.ଏସ୍.ଡବ୍ଳୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026