Home ଓଡ଼ିଶା ବିଜୁ ସେତୁ ଯୋଜନାରେ ଦବିଲା ପୋଲ: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଅଭିଯୋଗ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦିନକୁ ଦିନ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ସେଥି ମଧ୍ୟରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏ ସମ୍ପର୍କ ରେ ଗୁହାରୀ କଲେ ଶୁଣିବାକୁ କିଏ ନାହାନ୍ତି । ବିଭାଗରେ ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ନ ଥିବାରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵ ରେ ଥିବା ଜଣାପଡିଛି । ସେ କୁଆଡେ଼ ମଧ୍ୟ କାମ ଦେଖିବାକୁ ଯାଉ ନଥିବା ଶୁଣିବାକୁ ମିଳୁଛି I ଘରେ ବସି ପିସି ନେଇ ବିଲ ଦସ୍ତଖତ କରୁଥିବା କୁହାଯାଉଛି I ଫଳରେ ନବ ନିର୍ମିତ ବିଜୁ ସେତୁ ପାର୍ଶ୍ବ ମାଟି ଧୋଇ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ରେ ବାଟାଗୁଡା ପଞ୍ଚାୟତ ଅନ୍ତର୍ଗତ ତାଗାକିଆ-ଜାଡିପଡା ମଧ୍ଯରେ ନାଳ ଉପରେ ତିନି କୋଟି ଟଙ୍କା ବ୍ୟୟରେ ବିଜୁ ସେତୁ ଯୋଜନାରେ ଏକ ପୋଲ ଓ ରାସ୍ତା ନିର୍ମାଣ ହୋଇଥଲା I ତେବେ ଦୁଇ ଦିନ ତଳେ ଅଦିନିଆ ବର୍ଷାରେ ପୋଲ ପାର୍ଶ୍ବ ମାଟି ଧୋଇ ହୋଈଯିବା ଫଳରେ ପୋଲ ପ୍ରତି ବିପଦ ସୃଷ୍ଟି ହୋଇଛି l ବ୍ୟାପକ ମାତ୍ରାରେ ପିସି କାରବାର ଯୋଗୁଁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଜଣାପଡ଼ିଛି I ପିସି ପାଇଁ କୁଆଡେ଼ ବିଭାଗରେ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ବିଭିନ୍ନ ସମୟରେ “ତୁ ତୁ ‘ମେ’ମେ ସହ ଯୁକ୍ତିତର୍କ,ପାଟିତୁଣ୍ଡ, ହାତାହାତି ହେବା ମଧ୍ୟ ଆଲୋଚନା ହେଉଛି l ଏଇ ନିକଟରେ ବିଭାଗୀୟ ଦାୟିତ୍ବରେ ଥିବା ଏସ ଇ ଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ସେ ଠିକାଦାର ଙ୍କୁ କାମ ଦେବାକୁ କହି ଆଗୁଆ ପିସି ନେଉଥିବା ଆଲୋଚନା ହେଉଛି । ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l ଏଥି ପ୍ରତି ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ଵିଧିବଧ ଭାବେ ନିରପେକ୍ଷ ତଦନ୍ତ କରି ଦୁର୍ନୀତି ଗସ୍ତ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026