କୁଡୁତୁଲି ମା’ପାଟ୍ଟଖଣ୍ଡାଙ୍କ ନୂତନ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ଉଦଯାପିତ

ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ସ୍ଥିତ ମା’ପାଟ୍ଟଖଣ୍ଡାଙ୍କ ନୂତନ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ଓ ଅଷ୍ଟ ପ୍ରହରୀ ନାମ ଯଜ୍ଞ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁଡୁତୁଲି ମନ୍ଦିର ପରିଚାଳନା କମିଟି ତଥା ଅଞ୍ଚଳ ବାସିଙ୍କ ସହଯୋଗରେ ବହୁ ପୁରାତନ ମନ୍ଦିରକୁ ନବନିର୍ମିତ କରାଯାଇ ମା ପାଟ୍ଟଖଣ୍ଡାଙ୍କ ପ୍ରାସାଦର ରତ୍ନ ମୁଦ୍ରଣ କାର୍ଯ୍ୟକ୍ରମ ଗୁରୁବାର ଠାରୁ ଆରମ୍ଭ ହୋଇ ରବିବାର ଉଦଯାପିତ ହୋଇଯାଇଛି । ଏହାକୁ ଗ୍ରାମର ମୁଖ୍ୟ ପୁରୋହିତ ରବୀନ୍ଦ୍ର କୁମାର ଶତପଥୀଙ୍କ ପୌରହିତ୍ୟରେ କଳସ ଯାତ୍ରା,ନାମ ଯଜ୍ଞ,ଘୃତ ଯଜ୍ଞାଦି ପଞ୍ଚ ମହାଯଜ୍ଞ ସହ ରତ୍ନ ମୁଦ୍ରଣର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତି ହୋଇଥିଲା।ଏଥିରେ ପୂଜକ ରଞ୍ଜନ କୁମାର ପାତ୍ର, ମନ୍ଦିର ପରିଚାଳନା କମିଟି ସଭାପତି ତଥା କର୍ଷା ଚାଙ୍ଗୁଆ ପାତ୍ର, ସମ୍ପାଦକ ସବିର କୁମାର ବେହର୍ଦ୍ଦଳାଇ,କୋଷାଧ୍ଯକ୍ଷ ମନୋରଞ୍ଜନ ପାତ୍ର, ଉପଦେଷ୍ଟା ଦୀନବନ୍ଧୁ ବେହର୍ଦ୍ଦଳାଇ, ଜିତେନ୍ଦ୍ର ବେହର୍ଦ୍ଦଳାଇ,ସୁଜିତ ପାତ୍ର,ସନ୍ତୋଷ ବେହର୍ଦ୍ଦଳାଇ, ପ୍ରଶାନ୍ତ କୁମାର ବେହର୍ଦ୍ଦଳାଇଙ୍କ ନେତୃତ୍ବରେ ସମସ୍ତ ବରିଷ୍ଠ କର୍ମକର୍ତ୍ତା ସଦସ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଅଧ୍ୟାତ୍ମିକ ଜନସାଧାରଣ, କୀର୍ତ୍ତନ ମଣ୍ଡଳୀ ଓ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Exit mobile version