Home ଓଡ଼ିଶା ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ କାମରେ ଲାଗୁନି, ଗଜପତିର ଯକୃତ ରୋଗୀ ଆନ୍ଧ୍ରରେ ନିଜସ୍ୱ ଖର୍ଚ୍ଚରେ ଚିକିତ୍ସା କରିବା ପାଇଁ ବାଧ୍ୟ ହେଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲାରେ ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡର କୌଣସି ସୁବିଧା ସୁଯୋଗ ଲୋକେ ପାଇପାରୁନାହାନ୍ତି। ଗଜପତି ଜିଲ୍ଲାର ଜଣେ ଯକୃତ ରୋଗୀ ଆନ୍ଧ୍ର ଶିକାକୁଲମ ନର୍ସିହୋମରେ ଆୟୁଷ୍ମାନ ସ୍ୱାସ୍ଥ୍ୟକାର୍ଡ କାମ ନ କରିବାରୁ ବହୁ କଷ୍ଟରେ ଧାର କରଜ କରି ଚିକିତ୍ସା ପାଇଥିଲେ. ଏଠାରେ ସୂଚନାଯୋଗ୍ୟଯେ, ପୂର୍ବ ସରକାରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ରେ ଚିକିତ୍ସା ନିମନ୍ତେ ପୁରୁଷଙ୍କ ନିମନ୍ତେ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଥିଲା । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ କରିଥିଲେ । ସେତେବେଳେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନା କରିଦେଇଥିଲେ। ହେଲେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ଆୟୁଷ୍ଠାନ କାର୍ଡ ଯୋଜନା କାର୍ଯ୍ୟକାରୀ କରାଯିବ ଏବଂ ସେଥିରେ ବହୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଦେଶର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିବ ବୋଲି ଡିଣ୍ଡିମ ପିଟିଥିଲେ | ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲା | ଚଳିତବର୍ଷ ଏପ୍ରିଲ ମାସରେ କଟକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ଼ା ମୁଖ୍ୟଅତିଥ୍ ଭାବେ ଯୋଗଦେଇ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ କରିଥିଲେ। ଉକ୍ତ ସଭାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇ ଆୟୁଷ୍ମାନ ଯୋଜନାରେ ସ୍ବାସ୍ଥ୍ୟକାର୍ଡରେ କଣ କଣ ସୁବିଧା ରହିଛି ବଖାଣି ଥିଲେ | ଏପରିକି ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକଙ୍କୁ ଏହି ଆୟୁଷ୍ମାନ କାର୍ଡର ସୁବିଧା ମିଳିବ ବୋଲି କହିଥିଲେ | ଯେତେ ପର୍ଯ୍ୟନ୍ତ ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳି ନ ଥୁବ ସେ ପର୍ଯ୍ୟନ୍ତ ପୂର୍ବ ସରକାରଙ୍କ ବିଏସ୍କେୱାଇ କାର୍ଡ କାର୍ଯ୍ୟକାରୀ ହେବ ବୋଲି କହିଥିଲେ। କିନ୍ତୁ ଏହାର ବାସ୍ତବ ଚିତ୍ର ପୁରା ଭିନ୍ନ ରହିଛି. ଯାହା ସୂଚାଉଛି ଆଦିବାସୀ ଅଧ୍ୟଷିତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମର ଦେବରାଜ ଜେନାଙ୍କ କ୍ଷେତ୍ରରେ I ଶ୍ରୀ ଜେନା ୨୦୨୨ ମସିହାରୁ ଯକୃତ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ସେ ବ୍ରହ୍ମପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ନିଜସ୍ବ ଖର୍ଜରେ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ବ୍ୟୟ କରି ଚିକିତ୍ସିତ ହେଉଥିଲେ। ତାପରେ ସେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ସେତେବେଳେ ସେ ବିଏସ୍କେୱାଇ କାର୍ଡରେ ମିଳୁଥିବା ଅର୍ଥରୁ ଚିକିତ୍ସିତ ହୋଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିବାରୁ ଘରକୁ ଫେରିଥିଲେ | କିନ୍ତୁ ବର୍ତ୍ତମାନ ପୁଣି ତାଙ୍କର ଯକୃତ ଜନିତ ସମସ୍ୟା ଦେଖାଦେଇଛି | ମାତ୍ର ତାଙ୍କ ପାଖରେ ଆୟୁଷ୍ଠାନ ସ୍ବାସ୍ଥ୍ୟକାର୍ଡ ନାହିଁ କି ଅର୍ଥ ବି ନାହିଁ। ସରକାରଙ୍କ ଘୋଷଣା ମୁତାବକ ବିଏସ୍କେୱାଇ ସ୍ବାସ୍ଥ୍ୟକାର୍ଡ କାର୍ଯ୍ୟକାରୀ ହେଉନାହିଁ l ଦେବରାଜ ଓ ତାଙ୍କ ପରିବାର ଲୋକେ ଚିକିତ୍ସା ନିମନ୍ତେ ଆନ୍ଧ୍ରର ଶିକାକୁଲମ ଜେମ୍ସ ହସ୍ପିଟାଲକୁ ଯାଉଛନ୍ତି ସେଠାରେ ବିଏସ୍କେୱାଇ ସ୍ବାସ୍ଥ୍ୟକାର୍ଡ ଦେଖାଇଲେ ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ରହଣ କରୁନାହାନ୍ତି। ଫଳରେ ଥରେ ଚିକିତ୍ସା ପାଇଁ ଗଲେ ନିଜସ୍ବ ହାତରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି I ଡବଲ ଇଞ୍ଜିନ ସରକାରଙ୍କ ତରଫରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏପ୍ରିଲ୍ ୧୧ ତାରିଖରେ ଆୟୁଷ୍ମାନ ଯୋଜନାରେ ରହିଥିବା ସୁବିଧା ଗୁଡିକ ବିଷୟରେ ଘୋଷଣା କରିଥିଲେ ତାହା କିପରି କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଠ ବାରି ହେଉଛି. Categories: ଓଡ଼ିଶା, ଗଜପତି, ହୋମ୍ Related Content ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026 ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026