ସ୍ଥାୟୀ ଲୋକ ଅଦାଲତ ନିମନ୍ତେ ଆଇନ ସଚେତନତା ଶିବିର

ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :-  ନୟାଗଡ ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ତତ୍ବାବଧାନରେ ଜିଲ୍ଲା ଜଜଙ୍କ ସମ୍ମିଳନୀ କକ୍ଷରେ ଓକିଲ ଓ ପାରା ଲିଗାଲ ସ୍ଵେଚ୍ଛାସେବୀମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସ୍ଵାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାଜଜ ପୋକସୋ କୋର୍ଟ ମାନସ କୁମାର ପଣ୍ଡା ପ୍ରାକ ମୋକଦ୍ଦମା ଓ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ଉପରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠବର୍ଗ ଦେୱାନି ଜଜ ତଥା ଆସିଷ୍ଟାନ୍ଟ ସେସନ୍ସ ଜଜ ସ୍ଵାୟଂପ୍ରଭା ଆଚାର୍ଯ୍ୟ, ବରିଷ୍ଠ ବର୍ଗ ଦେୱାନି ଜଜ ସତ୍ୟବ୍ରତ ରଣା ବରିଷ୍ଠ ଓକିଲ ଦଣ୍ଡପାଣି ସ୍ଵାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଦ୍ଵାରା ସମାଧାନ ଉପରେ ଗୁରୁତ୍ଵ ଦେଇଥିଲେ।

ଜେଏମଏଫସି ଲଳିତା ପାତ୍ର ଓ ସମୃଦ୍ଧି ସାଗରିକା ବାରିକ ଉପସ୍ଥିତ ଥିଲେ । ଏଥିରେ ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ଗଦାଧର ବିଶ୍ଵାଳ, ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ ବାରିକ ଓ ସମସ୍ତ ପାରା ଲିଗାଲ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ ।

Exit mobile version