Home ଓଡ଼ିଶା ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ସମୃଦ୍ଧ ଚାଷୀ ଦେଶ ର ଗୌରବ,ବୈଷୟିକ ଜ୍ଞାନ କୌଶଳ ଚାଷୀ ଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ସହ କୃଷକ ଙ୍କୁ ସମୃଦ୍ଧ ଓ ସ୍ବାବଲମ୍ବୀ କରିବା ର ପ୍ରୟାସ ନେଇ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଉପସ୍ଥିତି ରେ ପୁରୀ ଠାରେ ବିଗତ ୨୯ ତାରିଖ ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଗାମୀ ୧୨ ଜୁନ ଯାଏଁ ଦେଶର ୨୧୭୦ ଟି ସ୍ଥାନ ରେ ଅନୁଷ୍ଠିତ ହେବ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ କୃଷି ବିଭାଗ ର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଛି । ଏହି କ୍ରମରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ର ୬ଟି ସ୍ଥାନ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଗରଣ୍ଡା,ବଡ଼ବାଙ୍ଗି ଓ ଗୁଲୁମୁଣ୍ଡା ଏବଂ ଦ୍ଵିତୀୟାର୍ଦ୍ଧ ରେ ଟିକରପଡ଼ା, ଢେପାଗୁଡ଼ା ଓ ଭାମିନି ରେ ସ୍ଥାନୀୟ ପଞ୍ଚାୟତ ର ଚାଷୀ ଭାଇ ଭଉଣୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଚାଷୀ ଙ୍କୁ ଖରିଫ ଫସଲ ରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ସୂଚନା ପ୍ରଦାନ,ପ୍ରାକୃତିକ ଚାଷ,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ,ନୂତନ ଜ୍ଞାନ କୌଶଳ ରେ ଚାଷ କାର୍ଯ୍ୟ ସହ ସରକାର ଙ୍କ ବିଭିନ୍ନ କୃଷି ସମ୍ବଳିତ ଯୋଜନା ଙ୍କୁ କୃଷକ ଙ୍କ ପାଖେ ପହଞ୍ଚାଇବା ଏହି ଯୋଜନା ର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ,ଆଇସିଏଆର ର ବୈଜ୍ଞାନିକ ସାମିଲ ହୋଇ ଚାଷ କାର୍ଯ୍ୟ ରେ ବିଭିନ୍ନ ଜ୍ଞାନ କୌଶଳ ପ୍ରୟୋଗ ନେଇ ଚାଷୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ କୃଷି ଅଧିକାରୀ ବିଭୂତି ଭୂଷଣ ବିଷୋୟୀ,ସହକାରୀ କୃଷି ଅଧିକାରୀ ଜଗଦୀଶ ନିମାଲା ,କୃଷି ବୈଜ୍ଞାନିକ ଡ଼ା ନରମ ରାଜୁ, ଡ଼ା କାଳିଦାସ ପତି,ରାଜୀବ ଟୁଡୁ, ସୁଶ୍ରୀ ଅନିନ୍ଦିତା ରାୟ ,ସହକାରୀ କୃଷି ଯନ୍ତ୍ରୀ ଭାଗ୍ୟଶ୍ରି ମଲ୍ଲିକ ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏମ ସୁଚିତ୍ରା ପ୍ରମୁଖ ମଞ୍ଚାସୀନ ରହି ଚାଷୀ ଙ୍କୁ ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯୋଜନା ବିଷୟ ରେ ଅବଗତ କରିଥିଲେ।ଏହି କାର୍ଯ୍ୟକ୍ରମ କୃଷି ଅଧିଦର୍ଶକ ଦିଲ୍ଲୀପ ତ୍ରିପାଠୀ,ନମିତା ବୀରଦଳେଇ, ଗୌର ଚନ୍ଦ୍ର ଗମାଙ୍ଗ,ହେମନ୍ତ ଜେନା ,ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ,ଗୌରୀ ଶବର,କୁଞ୍ଜ ବିହାରୀ ରଥ ,ମନୋହର ରାୟ ,ଶକ୍ତିଶେଖର ନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଭାଗ୍ୟଶ୍ରୀ ମଲ୍ଲିକ ଓ ଅକ୍ଷୟ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026