Home ଓଡ଼ିଶା ଯାତ୍ରୀବାହୀ ବସ ଯୋଗେ କାଠ,ବାଉଁଶ ପରିବହନ : ବନ ବିଭାଗ ନିଦାବିଷ୍ଣୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) :- ହିଞ୍ଜିଳିକାଟୁରେ ଅବସ୍ଥାପିତ ଅଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ । ଦୀର୍ଘ ବର୍ଷ ଧରି ବିଭାଗଟି ଏଠାରେ କାର୍ଯ୍ୟକ୍ଷମ ଥିଲେ ମଧ୍ଯ ଏଠାରେ ନିଯୁକ୍ତି ହୋଇଥିବା ବନପାଳଙ୍କ ଅନିୟମିତ ଅନୁପସ୍ଥିତି ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ଭାବେ ସ୍ଥାନୀୟ ସହର ପ୍ରସିଦ୍ଧି ଲାଭ କରିଛି । ବିଶେଷ କରି ଏଠାରେ ଆବାସିକ କାର୍ଯ୍ୟାଳୟଟି ରେ ସବୁ ପ୍ରକାର ସୁବିଧା ଉପଲବ୍ଧ ଥିଲେ ସୁଦ୍ଧା ବହୁ ସମୟରେ ବନପାଳଙ୍କ ଅନୁପସ୍ଥିତି ଚୋରା କାଠ ବ୍ୟବସାୟୀଙ୍କ ପାଇଁ ପୁଷ ମାସ ପାଲଟିଛି । ଏହାର ଭରପୁର ଫାଇଦା ଉଠାଇ ଚୋରା କାଠ ବ୍ୟବସାୟୀ ବେଶ ସକ୍ରିୟ ହୋଇଥିଲା ବେଳେ ହିଞ୍ଜିଳିକାଟୁ ସହର ଦେଇ ଓ ସହର ଭିତରକୁ ଦୈନିକ ଚୋରା ମୂଲ୍ୟବାନ କାଠ, ବାଉଁଶ ଓ ଅନ୍ୟାନ୍ୟ ମୂଲ୍ୟବାନ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ଦେଖାଯାଇଛି । ସୋରଡ଼ା,ବଡଗଡ ଓ ଶେରଗଡ଼ ଅଞ୍ଚଳରୁ ନିୟମିତ ବ୍ୟବଧାନରେ ଚୋରା କାଠ ବାଉଁଶ ସହ ଜଙ୍ଗଲ ଜାତ ଦ୍ରବ୍ୟ ଟ୍ରାକ୍ଟର,ପିକ୍ଅପ୍ ଓ ବିଭିନ୍ନ ଘରୋଇ ଯାତ୍ରୀବାହୀ ବସ୍ ଯୋଗେ ପରିବହନ ହେଉଥିବା ଦେଖାଯାଇଛି । ଏହା ବ୍ୟତୀତ ପୋଲସରା,କବିସୂର୍ଯ୍ୟ ନଗର ଓ ଏହାର ଆଖପାଖ ଅଞ୍ଚଳରୁ ଆଲପୁର ସ୍ଥିତ ଋଷିକୁଲ୍ୟା ସେତୁ ଦେଇ ବିଳମ୍ବିତ ରାତ୍ରୀରେ ବିଭିନ୍ନ ଉପାୟରେ ମୂଲ୍ୟବାନ କାଠ, ପଟା ହିଞ୍ଜିଳିକାଟୁ ବନାଞ୍ଚଳର ତାରାତାରିଣୀ ଓ ଏହାର ଆଖପାଖ ଅଞ୍ଚଳକୁ ବେଧଡକ ଭାବେ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ସ୍ଥାନୀୟ ବନ ଅଧିକାରୀ ଓ ବନରକ୍ଷୀଙ୍କ ନିଷ୍କ୍ରିୟତା ଓ ନୀରବତା ଯୋଗୁଁ ହିଞ୍ଜିଳିକାଟୁ ବନାଞ୍ଚଳର ଉଭୟ ସହର ଓ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ପରି ବହୁ ବେଆଇନ କାଠ ବ୍ୟବସାୟ ଦୋକାନ ଗଢି ଉଠିଛି । ସରକାରୀ ଭାବେ କେବଳ ୫ ଜଣ ବ୍ୟବସାୟୀଙ୍କୁ କାଠ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଏଠାରେ କିନ୍ତୁ ଚୋରା କାଠ ବ୍ୟବସାୟୀଙ୍କ ସଂଖ୍ୟା ତତୋଧିକ । ଚୋରା କାଠ ବାଉଁଶ ଓ ଜଙ୍ଗଲ ଜାତ ଦ୍ରବ୍ୟ ପରିବହନ ପାଇଁ ବିଭାଗ ପକ୍ଷରୁ ବହୁ ଆଇନ ଓ କଟକଣା ଜାରୀ ହୋଇଥିଲେ ମଧ୍ୟ ଚୋରା କାଠ ବ୍ୟବସାୟୀଙ୍କ ସହ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ଓ ଗୁପ୍ତ ଦେଣନେଣ ଯୋଗୁଁ ସମ୍ଭବତଃ ଏଠାରେ ସରକାରୀ ଆଇନ କାନୁନ କେବଳ ଲୋକ ଦେଖାଣିଆ ପାଲଟିଛି । ଏପରିକି ଦୀର୍ଘ ଦିନ ଧରି ବନପାଳଙ୍କ କାର୍ଯ୍ୟାଳୟ ଅତି ନିକଟରେ କାଠ କୋଇଲା ଗୋଦାମ ରହିଛି । ନିୟମିତ ବ୍ୟବଧାନରେ ଗୋଦାମକୁ ଭାରି ଯାନ ଯୋଗେ ବସ୍ତା ବସ୍ତା କାଠ କୋଇଲା ଆମଦାନୀ ହେଉଥିବା ବେଳେ କିନ୍ତୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଦାବିଷ୍ଣୁ ସାଜି ଥିବା ଜଣାପଡ଼ିଛି । ଚୋରା କାଠ ବାଉଁଶ ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟର ବେଧଡକ ପରିବହନ ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ସାଧନ ହେଉଥିବା ବେଳେ କିନ୍ତୁ ଚୋରା ବ୍ୟବସାୟୀ ବେଶ୍ ସକ୍ରିୟ ହେବା ଓ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠନ ନ ହେବା ଘଟଣା ବିଭାଗୀୟ ଅଧିକାରୀଙ୍କ ଭୂମିକା ଓ କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ଚୋରା କାଠ,ବାଉଁଶ ଓ ଜଙ୍ଗଲ ଜାତ ଦ୍ରବ୍ୟର ବେଆଇନ ପରିବହନ ଓ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରଯାଇଛି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026