ଖୋର୍ଦ୍ଧାରୋଡ ଟିକେଟ ଚେକିଂ ଷ୍ଟାଫ ଡିଆରଏମ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :-  ସ୍ଥାନିୟ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଠାରେ ନିୟୋଜିତ ଟିକେଟ ଯାଞ୍ଚ ଅଧିକାରୀ(ଟିଟି) ମାନେ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟଶୈଳୀ ଓ଼ ବିନାଟିକେଟ ଯାତ୍ରୀଙ୍କ ଠାରୁ ଜୋରିମାନା ବାବଦରେ ରେକର୍ଡ ପରିମାଣର ରାଜସ୍ୱ ଅସୁଲି ପାଇଁ ଆଜି ଶୁକ୍ରବାର ମଣ୍ଡଳ ପ୍ରଭନ୍ଧକ ଶ୍ରୀ ହରବିନ୍ଦର ସିଂ ବାଜୁଆ ୧୩ ଜଣ ଟିକେଟ ଯାଞ୍ଚକାରି ଷ୍ଟାଫ (ଟି ଟି)ମାନଙ୍କୁ ନିଜ ପ୍ରକୋଷ୍ଠ ରେ ମାନପତ୍ର ଓ଼ ଅର୍ଥରାଶି ଦେଇ ସମ୍ଭର୍ଦ୍ଧିତ କରିଥିଲେ l

ପ୍ରକାଶ ଥାଉକି ୨୦୨୪-୨୫ ଆର୍ଥିକ ବର୍ଷରେ ଟିକେଟ ଚେକିଂ ଷ୍ଟାଫ ମାନଙ୍କ ନିଷ୍ଠାପର କାର୍ଯ୍ୟ ଯାତ୍ରୀମାନଙ୍କ ପ୍ରତି ଉଚିତ ଉତ୍ତର ଦାୟିତ୍ୱ ସହିତ ବିନାଟିକେଟ ଯାତ୍ରୀ ମାନଙ୍କ ଠାରୁ ଜୋରିମାନା ଆଦାୟରେ ସମସ୍ତ ଚେକିଙ୍ଗ ଷ୍ଟାଫ ମାନଙ୍କ ମିଳିତ ଅବଦାନରେ ଚଳିତ ବର୍ଷ ପୂର୍ବତଟ ରେଳପଥରେ ଖୋର୍ଦ୍ଧାରୋଡ ମଣ୍ଡଳ କମରସିଆଲ ସିଲଡ଼ ପାଇବାର ଯୋଗ୍ୟତା ଅର୍ଜନ କରିଥିଲା l

ସେଥିପାଇଁ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ୧୩ ଜଣ ଶ୍ରେଷ୍ଠ କର୍ମଚାରୀ ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ, ନୀରାକର ସାହୁ, ଶ୍ରୀ ସୁଧାକର ବେହେରା,ଶ୍ରୀ ସିବ ପ୍ରସାଦ ଦାସ,ଶ୍ରୀ ଅଜୟ କୁମାର ସାହୁ,ଶ୍ରୀ ସୁଧୀର କୁମାର ସାହୁ,ଶ୍ରୀ କେ ପି ସାମନ୍ତ,ଶ୍ରୀ ପ୍ରସାନ୍ତ କୁମାର ବେହେରା,ଶ୍ରୀ ସିଏଚ ବି ରେଡ୍ଡୀ,ଶ୍ରୀ କେ ସି ମଲ୍ଲିକ,ଶ୍ରୀ ଆର ଆର ପ୍ରସାଦ,ଶ୍ରୀ ଏସ୍ କେ ମହାପାତ୍ର ଶ୍ରୀ ସମଲେଶ୍ୱର ବେହେରା ଙ୍କୁ ସନ୍ନମାନିତ କରାଯାଇଥିଲା l

ଆଜିର ଏହି ଉତ୍ସବରେ ବରିଷ୍ଠ ବାଣିଜ୍ୟ ଅଧିକାରୀ ଅନିଲ କୁମାର ଏସ, ବାଣିଜ୍ୟ ଅଧିକାରୀ ପୂଜା ସିଂ ଉପସ୍ଥିତ ଥିଲେ l ଏହି ସଫଳତା ପାଇଁ ଟିକେଟ ଚେକିଂ ଷ୍ଟାଫ ସଙ୍ଘର ପୂର୍ବତନ ମଣ୍ଡଳ ସମ୍ପାଦକ ତଥା ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡ଼ି ମହାନ୍ତି, ମଣ୍ଡଳ ଟିକେଟ ଚେକିଂ ନୂତନ ଇନଚାର୍ଜ ଅନିଲ ମିଶ୍ର,ପୂର୍ବତନ ଇନଚାର୍ଜ ବବ୍ରୁ ବାହାନ ବେହେରା ଓ଼ ସ୍କ୍ୱାଡ଼ ଇନଚାର୍ଜ ସତ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଥିଲେ।

Exit mobile version