ଅସହାୟଙ୍କୁ ସାହାଯ୍ଯ କଲେ ସମାଜସେବୀ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍)  :-  ପୁରୀ ଗୋପ ବ୍ଲକ ରାମଚଣ୍ଡୀ ଥାନା ଅର୍ନ୍ତଗତ କୋଟଳ ଗ୍ରାମର ସୁମିତ୍ରା ମଙ୍ଗରାଜ ବୈଦିକ ରୀତିରେ ପୁରୀ ସଦରଥାନା ଅର୍ନ୍ତଗତ ବାଟଗାଁର ଅମୂଲ୍ଯ ମଙ୍ଗରାଜଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ତିନି ବର୍ଷର ପୁଅ ଅଛି । ଶଶୁର ଘରେ ସୁମିତ୍ରାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବାରୁ ସୁମିତ୍ରା ଶଶୁର ଘର ଛାଡି ବାପଘରେ ରହୁଥିଲେ । ବାପ ଘର ନିକଟ ରାମଚଣ୍ଡୀ ଥାନାରେ ଏତଲା ଦେବା ପରେ କାଉନସେଲିଂ ପାଇଁ ଅମୂଲ୍ଯଙ୍କୁ ଥାନାକୁ ଡାକିଥିଲେ ମଧ୍ଯ ସେ ଯାଇନଥିଲେ ।

ଫଳରେ ଏତଲା ରେଜିଷ୍ଟି ହୋଇନଥିଲା । ଏ ସମ୍ପର୍କରେ ଆନ୍ତର୍ଜାତିୟ ମାନବାଧିକାରର ପୁରୀ ମହିଳା ସଭାପତି ତଥା ସମାଜସେବୀ ଅରୁଣିମା ନନ୍ଦଙ୍କୁ ସୁମିତ୍ରା ଜଣାଇବା ପରେ ସେ ସୁମିତ୍ରାକୁ ଧରି ପୁରୀ ସଦରଥାନାରେ ଏତଲା ଦାଏର କରି ଏଫଆଇଆର କପି ପାଇଥିଲେ । ଏଫଆଇଆରରେ ବିଏନଏସ ଦଫା ୮୫,୧୨୬(୨),୧୧୫(୨),୩୫୧(୨),୩(୫) ଓ ଯୌତୁକ ନିରୋଧ ଆଇନ ୪ଦଫାରେ ପୋଲିସ ମାମଲା ରୁଜୁ କରିଛି ।

ତିନି ବର୍ଷର ଶିଶୁ ପୁତ୍ରକୁ ସୁମିତ୍ରାର ବାପ ଘର କୋଟଳ ଓ ଶାଶୁ ଘର ବାଟଗାଁ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇବା ପାଇଁ ବିବାଦ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସମାଜସେବୀଙ୍କ ଜରିଆରେ ସୁମିତ୍ରା ପୁରୀ ଶିଶୁ କଲ୍ୟାଣ କମିଟି ନିକଟରେ ଆବେଦନ କରିଛନ୍ତି । ସମାଜସେବୀଙ୍କ ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହିଳା ସଂଗଠନ ପ୍ରଶଂସା କରିଛନ୍ତି ।

Exit mobile version