Home ଅପରାଧ ସର୍ଜରୀ ବିଶେଷଜ୍ଞଙ୍କ ଡେପୁଟେସନ ରଦ୍ଧ କରିବା ପାଇଁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାୟଗଡା/ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ‘ରାୟଗଡା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସର୍ଜରୀ ବିଶେଷଜ୍ଞ ଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଡେପୁଟେସନ କରାଯାଇଥିବା ବେଳେ ସେହି ଡେପୁଟେସନ ତୁରନ୍ତ ରଦ୍ଧ କରିବା ପାଇଁ ରାମନାଗୁଡା ଅଞ୍ଚଳବାସୀ ଙ୍କ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲ କୁମାର ପାଢୀ ଙ୍କୁ ସାକ୍ଷାତ କରି ରାମନାଗୁଡା ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ପାରୀକ୍ଷିତି ସରପଞ୍ଚ ସୂର୍ଯ୍ୟ ରାଓ କୁମ୍ବ୍ରିକା, ପୂର୍ବତନ ଭାଜପା ଜିଲ୍ଲା ସଭାପତି ଦେବାଶିଷ ପଣ୍ଡା,ଯୁବ ନେତା ଆଶିଷ କୁମାର ବେହେରା, ଶକ୍ତି ପ୍ରସାଦ ପାତ୍ର, ସରୋଜ କୁମାର ଦାଶ, ସଂଜୀବ କୁମାର ଦାଶ, ସୁଧୀର ମିଶାଲ,ଜଗନ ପାତ୍ରଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ଜାତୀୟ ସ୍ବାସ୍ଥ୍ୟ ମିଶନ ଗାଇଡଲାଇନ୍ ଅନୁସାରେ ଗୋଟିଏ ମେଡିକାଲ ସୁପରିଟେଣ୍ଡାଣ୍ଟ ସହ ଆଉ ଚାରୋଟି ସ୍ପେସିଆଲିସ୍ଟ ଡାକ୍ତର ସହ ସମୁଦାୟ ପନ୍ଦର ଟି ଡାକ୍ତର ରହିବା କଥା କିନ୍ତୁ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ମରୁଡି ସ୍ଥିତି ଦେଖିବାକୁ ମିଳୁଛି । ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ରାମନାଗୁଡା ପଞ୍ଚାୟତ ସମିତି ସମେତ, ଏହାର ଆଖପାଖ ବ୍ଲକର ଲୋକମାନେ ଅର୍ଥାତ ୮୦,୦୦୦ ରୁ ଉର୍ଦ୍ଧ ଲୋକମାନେ ନିର୍ଭର କରିଥାନ୍ତି। ରାଜ୍ୟ ସରକାରଙ୍କୁ ବାରମ୍ଵାର ଅନୁରୋଧ କରିବାପରେ ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗୋଟିଏ ସ୍ପେସିଆଲିସ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦେଲେ, ଯାହା ଫଳରେ ଅଞ୍ଚଳର ଗରିବ, ନିରୀହ ଆଦିବାସୀ ଉତ୍ତମ ଚିକିତ୍ସା ପାଇବା ସହ, ଆନ୍ଧ୍ର ବେସରକାରୀ ଡାକ୍ତରଖାନାରେ ଯେଉଁ ନିଜ କଷ୍ଟ ଅର୍ଜିତ ଧନକୁ ବ୍ୟୟ କରିବାରୁ ମଧ୍ୟ ବାଦ୍ ପଡିଲେ । ବର୍ତମାନ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସମୁଦାୟ ପାଞ୍ଚଜଣ ଡାକ୍ତର ଅଛନ୍ତି । ଆଉ ଗୋଟିଏ ବୋଲି ସ୍ପେସିଆଲିସ୍ଟ ଡାକ୍ତରଙ୍କୁ ବିଗତ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ୍ କରିଛନ୍ତି । ଏହାଫଳରେ ଅଞ୍ଚଳର ନିରୀହ ଆଦିବାସୀ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି | ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାମନାଗୁଡାର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ରୂପେ ନିଯୁକ୍ତି ପାଇବା ପରଠାରୁ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ, ନିଜ ଦାୟିତ୍ବକୁ ସୂଚାରୁରୂପେ ତୁଲାଇ ଆସିଛନ୍ତି । ତାଙ୍କୁ ମୁଖ୍ୟାଳୟକୁ ଡେପୁଟେସନ୍ କରିବା ଦିନ ଗୁଡ଼ିକରେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୂରବୀ ଶୂନ୍ୟ ହେବା ସହ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବ୍ୟାଘାତ ଘଟୁଛି ଏବଂ ତାଙ୍କ ପାଖରେ ଚିକିତ୍ସା ହେଉଥିବା ରୋଗୀ ତାଙ୍କୁ ଖୋଜି ନିରାଶ ହୋଇ ଫେରୁଛନ୍ତି । ଏହି ବିଷୟରେ ସ୍ବତନ୍ତ୍ର ରୂପେ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ରାମନାଗୁଡା ଠାରେ ଜନ ଶୁଣାଣିରେ ମଧ୍ୟ ଅନୁରୋଧ କରିଥିଲେ , କିନ୍ତୁ କିଛି ସୁଫଳ ମିଳିଲା ନାହଁ ବୋଲି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି | ଏହାର ପରବର୍ତ୍ତୀ ସମୟରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବା ସମୟରେ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଭେଟି, ଏହି ଅସୁବିଧା ସମ୍ୱନ୍ଧରେ ଅବଗତ କରାଇଥୁଲେ । ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏହି ଅସୁବିଧାକୁ ହୃଦୟଙ୍ଗମ କରି ଏହାର ସମାଧାନ ନିମନ୍ତେ ପ୍ରତିଶୃତି ଦେବା ସହ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଏହି ବିଷୟରେ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ଆଦେଶ ଦେବା ପରେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏହି ବିଷୟକୁ କର୍ଣ୍ଣପାତ ହିଁ କରିଲେ ନାହିଁ।ଯାହାକି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ରାମନାଗୁଡ଼ା ବାସୀଙ୍କ ପ୍ରତି ଥିବା ବୈମାତ୍ମକ ମନୋଭାବକୁ ସୂଚାଉଛି । ଯଦି ଗ୍ରାମାଞ୍ଚଳର ନିରୀହ ଆଦିବାସୀଙ୍କ ଜୀବନକୁ ତୁଛା ମନେକରି, କେବଳ ସହରୀ ମୂଖ୍ୟାଳୟର ସ୍ବାର୍ଥ ଚିନ୍ତା କରିବେ ତେବେ ଖୁବ୍ ଶୀଘ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଧାରଣାରେ ବସିବା ନିମନ୍ତେ ନିଷ୍ପଭି ନେବାକୁ ବାଧ୍ୟ ହେବୁ ରାମନାଗୁଡା ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ନିରୀହ ଆଦିବାସୀଙ୍କ ଜୀବନ ସହିତ ନ ଖେଳି, ଗ୍ରାମାଞ୍ଚଳର ଲୋକେ କିଭଳି ନିରବଚ୍ଛିନ୍ନ ଭାବରେ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ନ ହେବେ ଏବଂ ଯେଉଁ ସେସିଆଲିସ୍ଟ ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେପୁଟେସନ୍ କରାଯାଇଛି, ତାକୁ ତୁରନ୍ତ ରଦ୍ଧ କରିବା ନିମନ୍ତେ ଦାବି କରିଛନ୍ତି। Categories: ଅପରାଧ, ଓଡ଼ିଶା, ରାୟଗଡା, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026