ଗୋଖାଦ୍ୟ ବୋଝେଇ ଟ୍ରକ୍ ରେ ଚାଲାଣ ହେଉଥିଲା ଗଞ୍ଜେଇ – ମାଡିବସିଲା ଗୁଣୁପୁର ପୋଲିସ୍

ଗୁଣୁପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ଗଂଞ୍ଜେଇ ଚୋରାଚାଲାଣ ଚରାଭୂଇଁ ପାଲଟିଛି ଗୁଣୁପୁର । ଗୋଖାଦ୍ୟ ସହ ଗଂଞ୍ଜେଇ ବୋଝେଇ କରି ଏକ ୧୬ ଚକିଆ ଟ୍ରକ୍ ଗଜପତୀ ଓ ରାୟଗଡା ସିମାନ୍ତ ଅଞ୍ଚଳ ରୁ ଗୁଣୁପୁର ଅଭିମୁଖେ ଆସୁଥିଲା । ଗୁଣୁପୁର ପୋଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଆଦର୍ଶ ଥାନା ସମ୍ନୁଖରେ ଚଢାଉ କରିଥିଲେ । ଗାଡିରେ ଗୋଖାଦ୍ୟ ସହ ଗଂଞ୍ଜେଇ ଥିବା ଜାଣିପାରି ଗାଡିକୁ ଜବତ କରି ପୋଲିସ୍ ପଚରାଉଚୁରା ଜାରି ରଖିଥିଲା । ଗଂଞ୍ଜେଇ ଉତରପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ ।

ଗଂଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ ଟ୍ରକ୍ ମଧ୍ୟରେ ତଳେ ଗଂଞ୍ଜେଇ ଭର୍ତୀ କରି ଉପରେ ଗୋଖାଦ୍ୟ ରଖି ବେଆଇନ ଭାବେ ଚାଲାଣ କରୁଥିଲେ । ଟ୍ରକ ରୁ ୨୯ ଟି ବ୍ୟାଗ୍ ରେ ୮୦୦ ରୁ ଉର୍ଧ କେଜି ଗଂଞ୍ଜେଇ ଜବତ କରିବା ସହ ୫୧୬ ଟି ଜରିବ୍ୟାଗ୍ ଭର୍ତୀ ଗୋଖଦ୍ୟ ଥିବା କହିଛି ପୋଲିସ୍ । ଟ୍ରକ୍ ସହ ଦୁଇଟି ମୋବାଇଲ୍ ଫୋନ, ୭୧୦୦ ଟଙ୍କା ଜବତ କରିବା ସହ ଗାଡି ଚାଳକ ଓ ସହଯୋଗୀ ଦୁଇଜଣକୁ ଗିରଫ କରିଛି ପୋଲିସ୍ । ଜବତ ଗଂଞ୍ଜେଇ ର ଆନୁମାନିକ ମୁଲ୍ୟ ୧ କୋଟି ରୁ ଉର୍ଧ ଟଙ୍କା ବୋଲି ପୋଲିସ୍ ଅନୁମାନ କରିଛି ।

ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍ ସନ୍ତୋଷ ନାୟକ ଙ୍କ ଉପସ୍ଥିତିରେ ପୋଲିସ୍ ଗଂଞ୍ଜେଇ କୁ ଓଜନ କରିବା ସହ ସମସ୍ତ ଘଟଣାର ତଦନ୍ତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଉତର ପ୍ରଦେଶ ର ଆଲିଗଡ ଜିଲ୍ଲା ନାଉନ୍ ଗ୍ରାମର ଅନିଲ କୁମାର,ଥେକେଡେର୍ ଗ୍ରାମର ହରିଶ୍ କୁମାର । ଏହି ବେଆଇନ ଭାବେ ଗଂଞ୍ଜେଇ ଚୋରାଚାଲାଣ ଚାଲାଣ ପଛରେ କିଙ୍ଗ୍ ପିନ୍ କିଏ । ଏଥିରେ ଆଉ କେତେ ଜଣକ ସଂମ୍ପୃକ୍ତି ରହିଛି । କେତେଜଣ ଗଂଞ୍ଜେଇ ମାଫିଆ କଡା ସୁରକ୍ଷା ଦେଇ ଟ୍ରକ ଟିକୁ ଚାଲାଣ କରୁଥିଲେ ଏହାର ତଦନ୍ତ ଚଳାଇଛି ଗୁଣୁପୁର ପୋଲିସ୍ । ଏନେଇ ସୁଚନା ଦେଇଛନ୍ତି ଆଦର୍ଶ ଥାନା ଅଧିକାରି ଉତମ କୁମାର ସାହୁ ।

Exit mobile version